ମଣ୍ଡଳସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ଅନ୍ବେଷଣ କାଯ୍ୟକ୍ରମ
କୃଷ୍ଣପ୍ରସାଦ ତା ୨୯, ୧୧(ପିଏନଏସ)
ସମଗ୍ର ଶିକ୍ଷା, ପୁରୀ ଜିଲ୍ଲା ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ଅନ୍ଵେଷଣ-୨୦୨୫ କୃଷ୍ଣପ୍ରସାଦ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଦିବ୍ୟାଙ୍ଗ ମାନଙ୍କୁ ସ୍ବାବଲମ୍ବୀ କରାଇବା ଲକ୍ଷ୍ୟରେ କୃଷ୍ଣପ୍ରସାଦ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ବିଧାୟିକାଙ୍କ ପ୍ରତିନିଧି ଉତ୍ତମ କୁମାର ତରେଇ ଗୁରୁତ୍ବାରୋପ କରିଥିଲେ। ୫୫ ଜଣ ଅଭିଭାବକ ଏବଂ ୫୫ ଜଣ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାମାନ ଜିଲାପି ଦୌଡ଼, ଆଳୁ ଚାମଚ, ସଂଗୀତ, ଚିତ୍ରାଙ୍କନ, ନୃତ୍ୟ, ଜଣାଅଜଣା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବ୍ରହ୍ମଗିରି ବିଧାୟିକାଙ୍କ ପ୍ରତିନିଧି ଉତ୍ତମ କୁମାର ତରେଇ, ମୁଖ୍ୟ ବକ୍ତା ସିଧେଶ୍ୱର କରଣ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରକାଶ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରିଥିଲେ। ବିଚାରକ ମଣ୍ଡଳୀ ଭାବେ ଚିଲିକା ନୂଆପଡା ସିଆରସିସି ସୁନୀଲ କୁମାର ଜେନା, କମଳାସିଂହ ଓ ବିରିପଦର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଞ୍ଜନ ପାହାଣ,ବିରିପଦର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଅସିତ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ଦୀନବନ୍ଧୁ ପ୍ରଧାନ, ହରପ୍ରିୟା ବେହେରା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । MDM ସହ ପରିଚାଳକ ପ୍ରଦ୍ୟୁମ୍ନ କୁମାର ପ୍ରଧାନ ସମେତ ସମସ୍ତ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
