ବଅଁରପାଳ ଥାନା ସମ୍ମୁଖରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବସ୍ ରୁ ଡିଜେଲ ଚୋରୀ
ବଅଁରପାଳ, ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୨ ଟି ବସ୍ ଡିଜେଲ ଚୋରୀ ହୋଇଥିବା ଥାନା ରେ ଅଭିଯୋଗ ହୋଇଛି, ସୂଚନା ରୁ ପ୍ରକାଶ ସ୍କୁଲ ଖରା ଛୁଟି ଯୋଗୁଁ ସ୍କୁଲ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛୁଟିରେ ଥିଲେ ସ୍କୁଲ ର ରାତ୍ର ଜଗୁଆଳ ଥିଲେ ୧୪ ତାରିଖ ରାତିରେ ସ୍କୁଲ ପ୍ରାଙ୍ଗଣରେ ଥିବା OD19M8694 ଓ OD19K0379 ବସ୍ ରୁ ରାତ୍ର ସମୟରେ ଚୋର ମାନେ ରାତିରେ ତେଲ ଟାଙ୍କି ଭାଙ୍ଗି ପ୍ରାୟ ୬୦ ରୁ ଉର୍ଦ୍ଧ ଲିଟର ଡିଜେଲ ଚୋରୀ କରି ନେଇଯାଇଛନ୍ତି ସକାଳେ ଡ୍ରାଇଭର ଗାଡି ଷ୍ଟାଟ୍ କରିବା ପାଇଁ ଯାଇଥିବା ବେଳେ ତାଲା ଭଙ୍ଗା ଯାଇ ଡିଜେଲ ଚୋରୀ ହୋଇଥିବା ଜାଣିଥିଲେ. ଏ ନେଇ ସ୍କୁଲ ପ୍ରଧାନ ଆଚାର୍ଯ୍ଯ ଧର୍ମା ନନ୍ଦ ସାହୁ ଥାନା ରେ ଏତଲା କରିଛନ୍ତି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିବା ଜଣାପଡିଛି ।
