ଲଦ ସିକକାଙ୍କୁ ଆଦିବାସୀ ସଂଘର୍ଷ ମୋର୍ଜାର ସମର୍ଥନ ସମ୍ପତ୍ତି ଜବତ ନିର୍ଦ୍ଦେଶ ପ୍ରତ୍ୟାହାର ଦାବି. *
ଲାଞ୍ଜିଗଡ଼,୧୫/୬ (ପୁରନ୍ଦର ଦଣ୍ଡସେନା): ନିୟମଗିରି ବଞ୍ଚାଅ ଆନ୍ଦୋଳନର ଅନ୍ୟତମ ନେତା ତଥା ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ପାଇଁ ଦୀର୍ଘ ଦିନ ଧରି ସଂଗ୍ରାମ କରୁଥିବା ଆଦିବାସୀ ନେତା ଲଦ ସିକକାଙ୍କ ସମ୍ପତି ଜବତ କରିବାକୁ ଲାଞ୍ଜିଗଡ଼ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତୀବ୍ର ନିନ୍ଦା କରିଛି| ମୋର୍ଚ୍ଚାର ସର୍ବଭାରତୀୟ ଆବାହକ ତ୍ରିପତି ଗମାଙ୍ଗ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ନିୟମଗିରି ଆନ୍ଦୋଳନ ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମି ଅଧିକାରର ସୁରକ୍ଷା ପାଇଁ ଐତିହାସିକ ଆନ୍ଦୋଳନର ଜଣେ ପ୍ରମୁଖ ନେତାଙ୍କ ବିରୋଧରେ ସମ୍ପତି ଜବତ ଭଳି ନିର୍ଦ୍ଦେଶ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଗରିବ ଆଦିବାସୀଙ୍କ ମଧ୍ୟରେ ନ୍ୟାୟ ବ୍ୟବସ୍ଥା ପ୍ରତି ଆସ୍ଥାକୁ ଦୁର୍ବଳ କରିବା ଶ୍ରୀ ଗମାଙ୍ଗ କହିଛନ୍ତି, ଏହି ନିର୍ଦ୍ଦେଶ କର୍ପୋରେଟ୍ ଶକ୍ତିଙ୍କୁ ରାଜ୍ୟର ଖଣିଜ ଓ ପ୍ରାକୃତିକ ସମ୍ପଦ ଲୁଟ୍ କରିବା ପାଇଁ ପରୋକ୍ଷରେ ସହାୟକ ହେବ।
ଯେଉଁମାନେ ଜଙ୍ଗଲ, ପାହାଡ଼ ଓ ଆଦିବାସୀଙ୍କ ଅଧିକାରର ସୁରକ୍ଷା ପାଇଁ ଲଢ଼ୁଛନ୍ତି, ସେମାନଙ୍କୁ ଦମନ କରିବାର ପ୍ରୟାସ ଗଣତନ୍ତ୍ର ନିମନ୍ତେ ଶୁଭଙ୍କର ନୁହେଁ। ତେଣୁ ଲାଞ୍ଜିଗଡ଼ ଅଦାଲତ ଏହି ନିର୍ଦ୍ଦେଶକୁ ପୁନଃବିଚାର କରି ତୁରନ୍ତ ପ୍ରତ୍ୟାହାର କରନ୍ତୁ। ନଚେତ୍ ଆଦିବାସୀ, ଗଣତାନ୍ତ୍ରିକ ଓ ପ୍ରଗତିଶୀଳ ଶକ୍ତିମାନେ ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ କରିବେ ବୋଲି ମୋର୍ଚ୍ଚା ପକ୍ଷରୁ ସତର୍କ କରାଯାଇଛି।
*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର*
