June 17, 2026

କାଶୀନଗର ବ୍ଲକରେ ସୁଭଦ୍ରା ବଞ୍ଚିତ ମାନଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି 

IMG-20241129-WA0026
Share

 

କାଶୀନଗର (ଅନନ୍ତ ଆପଟ )

ତା 29/11/24

 

କାଶୀନଗର ବ୍ଲକ ଅନ୍ତର୍ଗତ ପଂଚାୟତ ମାନଙ୍କର ସୁଭଦ୍ରା ଯୋଜନା ଯେଉଁ ମହିଳା ମାନେ ପାଇ ପାରି ନାହାନ୍ତି ସେମାନଙ୍କ ନିକଟକୁ ଏକ ତିନି ଜଣିଆ ଟିମ ପଠାଇ କାହିଁକ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିପାରି ନାହିଁ ସେ ସବୁ ଯାଞ୍ଚ ନଜରକୁ ଆସିଛି. ସ୍ଥାନୀୟ ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରୁ ଓଡିଶାର ତିନୋଟି ଜିଲ୍ଲା ମଧ୍ୟରୁ ଗଜପତି ଜିଲ୍ଲାରେ ମଧ୍ୟ ବହୁତ ଆବେଦନ ଫୋର୍ମ ନାକଚ ବା ରେଜେକ୍ଟ ହୋଇଥିବା ଆମେ ଗଣମାଧ୍ୟମରୁ ସୂଚନା ପାଇଲୁ ଓ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଆସନ୍ତା ମାସ 15 ତାରିଖ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ସାରିବାକୁ ଡେଡ ଲାଇନ ରଖିଛନ୍ତି. ତେଣୁ ଗତ ଦୁଇ ଦିନ ହେଲା ପ୍ରତ୍ୟେକ ପଞ୍ଚାୟତର ଯେଉଁ ମହିଳା ମାନେ ସୁଭଦ୍ରା ପାଇବା ରୁ ବଞ୍ଚିତ ଅଛନ୍ତି, ସେମାନଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସ ବହି, ସେମାନେ ସରକାରୀ ଚାକିରିଆ ନା ନାହିଁ ଏମିତି ବିଭିନ୍ନ ପ୍ରଶ୍ନ ପଚାରି ବ୍ଲକ ପଠାଇଥିବା ଟିମ ଯାଞ୍ଚ କରୁଛନ୍ତି. ଶିଆଳି ପଞ୍ଚାୟତ ଯେ ହେତୁ ଆଦିବାସୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ପଞ୍ଚାୟତ ଅଫିସର ଭଗବାନ ନାୟକ ନିଜେ ଆଦିବାସୀ ମାନଙ୍କ ଯାଞ୍ଚ ପ୍ରକ୍ରିୟା କରୁ ଥିବା ଆମ ଦୃଷ୍ଟି କୁ ଆସିଛି.