ଜିଲ୍ଲାପାଳ ଓ ତହସିଲଦାରଙ୍କୁ କୃତଜ୍ଞତା ଜଣାଇବା ସହିତ ଆତ୍ମାହୁତିରୁ ଓହରିଲେ ଏକୋଇଶି ଚାଷୀ ପରିବାର
ଆପଣ ମାନଙ୍କୁ ଏଠାରେ ସୂଚେଇ ଦେବାକୁ ଚାହୁକି ସିରେଇକୋଣା ମୌଜା ର ସରକାରୀ ଅନାବାଦୀ ଜମିକୁ ନେଇ ହାଇକୋର୍ଟ ଦେଇଥିବା ରାୟକୁ ପୁରୀ ସଦର ବେଖାତିର କରି ଚାଷୀମାନଙ୍କ ଜମି ଚିହ୍ନଟ ନକରି ସେମାନଙ୍କୁ ଉଚ୍ଚିତ କ୍ଷତିପୂରଣ ନଦେଇ watco ପକ୍ଷରୁ ସେଠାରେ ମଧୁରଜଳ ପ୍ରକଳ୍ପ ନିମନ୍ତେ କାର୍ଯ୍ୟାରମ୍ଭ ହୋଇଥିବାରୁ ଗତ ଜାନୁଆରୀ ୧୨ ତାରିଖରେ ୨୧ଚାଷୀ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ ଏବଂ WATCO କାର୍ଯ୍ୟାଳୟ ରେ ଦାବିପତ୍ର ପ୍ରଦାନ କରିବା ସହିତ ଗତ ଜାନୁଆରୀ ୧୯ ତାରିଖରେ ଜିଲ୍ଲାପାଳଙ୍କ ବାସଭବନ ରେ ଜିଲ୍ଲାପାଳଙ୍କୁ ସାକ୍ଷାତ ନିମନ୍ତେ ଆବେଦନ ପତ୍ର ଦେବାସହିତ ଜାନୁଆରୀ ୨୮ତାରିଖ ସୁଦ୍ଧା ଆମକୁ ଉଚିତ ନ୍ୟାୟ ନମିଳିଲେ ଚାଷଜମିରେ ୨୧ଚାଷୀ ପରିବାର ଚାଷ ଜମିରେ ସମୂହ ଆତ୍ମାହୁତି ଦେବୁ ବୋଲି ଧମକ ଦେଇଥିଲେ l ଏହାକୁ ନଜରରେ ରଖି ଗତକାଲି ପୁରୀ ସଦର ତହସିଲଦାର ଦିନ ତିନିଟାରେ ଚାଷୀମାନଙ୍କୁ ଜମି ନିକଟକୁ ଡାକି ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଜମି ଚିହ୍ନଟ ସହିତ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା କରି ଫେରିଥିଲେ ତେଣୁ ଚାଷୀମାନେ ଜାନୁଆରୀ ୨୯ରେ ଯେଉଁ ଆତ୍ମାହୁତିର ଧମକ ଦେଇଥିଲେ ସେଥିରୁ ଓହରି ଠିକ ସମୟରେ ଉଚ୍ଚିତ ପଦକ୍ଷେପ ନେଇଥିବାରୁ ଜିଲ୍ଲାପାଳ ଏବଂ ତହସିଲଦାର ଙ୍କୁ କୃତଜ୍ଞତା ଜଣାଇଛନ୍ତି l ଗାଁର ରାସ୍ତାକାମ ଠାରୁ ଆରମ୍ଭ କରି ଜମିକୁ ପାଣି ନଆସିବ ଚାଷୀକୁ ଉଚ୍ଚିତ ନ୍ୟାୟ ପାଇଁ ଦାବି କରୁଥିବା ଯୁବ କୃଷକନେତା ସୁବାଷ ଜେନାଙ୍କର ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
