ଉମରକୋଟ ନିକଟସ୍ଥ ରାଉତଗୁଡାର ପ୍ରଧାନ ଶିକ୍ଷକ ରାଜକିଶୋର ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା……
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ସରକାରୀ ପ୍ରାଥମିକ ବିଦ୍ୟାଳୟ , ରାଉତଗୁଡାର ପ୍ରଧାନଶିକ୍ଷକ
ରାଜକିଶୋର ନାୟକଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର,ରାଜପୁର ପକ୍ଷରୁ ମାଁ ଘାଟଘୋଷାଣୀ,ବିଡ୍ରି ପୀଠରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଉମରକୋଟ, ଗୋଷ୍ଠୀ ଶିକ୍ଷାଧିକାରୀ ଈଶ୍ବର ଚନ୍ଦ୍ର ମାଝୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବଲ୍ଲଭ ରାଉତ, ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ଭୂୟାଁ, ସମ୍ମାନିତ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର କୁମାର ବାଘ,ସୋନା ମାଝୀ,ଶିକ୍ଷକ ଅରୁଣ କୁମାର ବେହେରା ଯୋଗ ଦେଇଥିବା ବେଳେ ଶିକ୍ଷକ ସଂଘ ର କର୍ମକର୍ତ୍ତା ଓ ଉମରକୋଟ ଆଞ୍ଚଳିକ ସାଧନ ସଂଯୋଜକ ଯୋଗ ଦେଇ ରାଜକିଶୋର ନାୟକଙ୍କ ଶିକ୍ଷକ ଜୀବନର କାର୍ଯ୍ୟଦକ୍ଷତା ଉପରେ ମୂଲ୍ୟବାନ ମତାମତ ରଖିଥିଲେ।ରାଜପୁର ଆଞ୍ଚଳିକ ସାଧନ ସଂଯୋଜକ ମନୋଜ କୁମାର ବେହେରା ପରିଚାଳନା କରିଥିବାବେଳେ ଶିକ୍ଷକ ବିଭୂତି ଭୂଷଣ ଓଝା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।
