July 28, 2026
ajiro khabar
Share

 

 

୧-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଜନଅଭିଯୋଗ ଶୁଣାଣି ଶେଷ, ୧୮ ପାଳିରେ ୯୬ ପ୍ରତିଶତ ଅଭିଯୋଗର ହୋଇଛି ସମାଧାନ।

 

୨-ନୀଳାଦ୍ରିବିଜେ ପରେ ଆଜି ବାହାରିବ ‘ନୀଳାଚଳ ଅବଢ଼ା’, ଲକ୍ଷେ ଭକ୍ତଙ୍କ ପାଇଁ ହେବ ପ୍ରସାଦ ପ୍ରସ୍ତୁତ।

 

୩-ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ, ଇସ୍ତଫା ନ ଦେଲେ ଓଡ଼ିଶା ବନ୍ଦ ଚେତାବନୀ ଦେଲେ ପିସିସି ସଭାପତି।

 

୪-Higher secondary schoolକୁ ଅପଗ୍ରେଡ୍ ହେବେ ହାଇସ୍କୁଲ,୭୧ଟି ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ।

 

୫-ଡେଲାଙ୍ଗ,ଅରାଗଡ ଉଚ୍ଚ ବିଦ୍ୟାଳୟ: ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି,୩୩ ଛାତ୍ର ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି।

 

୬-ସୋହେଲା: ପରଲୋକରେ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ସିଂହ। ବିଧାନସଭା ପରିସରରେ ଦିଆଗଲା ଗାର୍ଡ ଅଫ୍ ଅନର।

 

୭-ବର୍ଷାରେ ତୀର୍ଥସ୍ଥଳୀ ପ୍ରଭାବିତ: ପଞ୍ଚଲିଙ୍ଗେଶ୍ୱରଙ୍କ ସ୍ପର୍ଶ ଉପରେ କଟକଣା, ଭଟ୍ଟାରିକା ପୀଠ ଛୁଇଁଲା ବନ୍ୟା ଜଳ।

 

୮-ଭୁବନେଶ୍ୱର:ସାମ୍ସ ପୋର୍ଟାଲରେ ପିଜି ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି।

 

୯-ଭୁବନେଶ୍ୱର:ଗ୍ୟାସ ବୁକିଂ ପାଇଁ ଡାଉନଲୋଡ୍ କରିଥିଲେ ଆପ୍, ୨ ଲକ୍ଷ ୯୧ ହଜାର ଟଙ୍କା ହୋଇଗଲା ଗାୟବ।

 

୧୦-ଉପକୂଳ ମୁହାଁ ଗଭୀର ଅବପାତ: ଆଜି ସକାଳ ସୁଦ୍ଧା ଛୁଇଁବ ସ୍ଥଳଭାଗ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା।

 

୧୧-ଇଣ୍ଡିଆନ୍ ଆଇଡଲ୍ ମୁକୁଟ ପିନ୍ଧି ଭୁବନେଶ୍ୱର ଫେରିଲେ ଜ୍ୟୋତିର୍ମୟୀ, KIIT କ୍ୟାମ୍ପସରେ ଦିଆଗଲା ଭବ୍ୟ ସ୍ୱାଗତ।

 

୧୨-ରାୟଗଡ଼ା,କେନ୍ଦୁଗୁଡ଼ା ଗାଁ:ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ,୭୦ ଭରି ସୁନା ସହ ନଗଦ ୨ ଲକ୍ଷ ଟଙ୍କା ଲୁଟ୍।

 

୧୩-ଭୁବନେଶ୍ୱର:ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

 

୧୪-ସିଜେପି ପରେ ଏବେ E20 ଜନତା ପାର୍ଟି ; ସୋସିଆଲ ମିଡିଆରେ ଯୋଡ଼ି ହେଉଛନ୍ତି ହଜାର ହଜାର ଲୋକେ।

 

୧୫-ବିହାର: ପ୍ରତିବାଦକାରୀ ଛାତ୍ରମାନଙ୍କୁ ଘଉଡ଼ାଇବା ପାଇଁ AK-47 ଗୁଳି ଚଳାଇବା ଘଟଣା ; ପୁଲିସ ନିଲମ୍ବିତ।

 

୧୬-ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’, ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ।

 

୧୭-FIR ଫେରସ୍ତ ନହେଲେ ପୁଣି ହେବ ଆନ୍ଦୋଳନ, CJP ର ସରକାରଙ୍କୁ ଅଲ୍ଟିମେଟମ୍, ଛାତ୍ରଙ୍କ ସମର୍ଥନରେ କପିଲ ସିବଲ୍

 

୧୮-୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ ଜାରି କରିବ RBI, କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ।

 

୧୯-ନୂଆ ଦିଲ୍ଲୀ: ପ୍ରଶ୍ନପତ୍ର ପ୍ରଘଟ ନିରୋଧ ବିଲ୍ ଆଗତ,ଆଜି ବିଲ୍ ଉପରେ ଲୋକ ସଭାରେ ହେବ ଆଲୋଚନା।

 

୨୦-ରୁଷର ରୋସ୍ତୋଭରେ ଭୟଙ୍କର ଆକ୍ରମଣ କଲା ୟୁକ୍ରେନ; ଶିଶୁ ସମେତ ୫ ମୃତ, ଅନେକ ଆହତ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏