ବାତ୍ୟା ଅର୍ଣ୍ଣବ ଯୋଗୁଁ ବାଣପୁର ବ୍ଲକ ର ବିଭିନ୍ନ ଗାଁ ଜଳମଗ୍ନ..

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଣପୁର ଅଞ୍ଚଳରେ ଶାଳିଆ ଡ୍ୟାମ୍ରୁ ଆସିଥିବା ପାଣି ଯୋଗୁଁ ବାଣପୁରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ରାସ୍ତା ଓ ତଳିଆ ଅଞ୍ଚଳରେ ପାଣି ଜମି ରହିବା ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ବାଣପୁରର ସାନହନ୍ତୁଆଡ, ମାଟିଆ ପୋଖରୀ ରୋଡ୍,ଚୈତନ୍ୟବିହାର, ଚିଆଙ୍କ ସାହି, ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା, ମେଘାମ୍ବରୀ ରୋଡ ଭଳି ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
(ରଂଜିତ କୁମାର ସାହୁ
ବାଣପୁର)
