ହାଟଡିହିରେ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ – ଗ୍ରାମାଞ୍ଚଳରେ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସୃଜନାତ୍ମକ ଲେଖନୀ ଚାଳନା କରିବା ଆବଶ୍ୟକ (୨ଟି ଫଟୋ)
ହାଟଡିହି ତା ୨୭/୦୯(ମନମୋହନ ନାୟକ) : ସାହିତ୍ୟ ହେଉଛି ସମ୍ପର୍କର ସେତୁ, ସାହିତ୍ୟ ପରଷ୍ପର ଭିତରେ ଭାବ, ବନ୍ଧୁତା ର ସମ୍ପର୍କକୁ ଯୋଡିଥାଏ, ସାହିତ୍ୟିକ ମାନେ ଗ୍ରାମାଞ୍ଚଳରେ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସୃଜନାତ୍ମକ ଲେଖନୀ ଚାଳନା କରିବା ଆବଶ୍ୟକ ବୋଲି ହାଟଡିହି ବ୍ଲକ୍ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ଅନୁଷ୍ଠିତ ୧୦ମ ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ତରଙ୍ଗିଣୀ ମିଶ୍ର ମତବ୍ୟକ୍ତ କରିଥିଲେ। ଉଚ୍ଚକୋଟୀର ସର୍ଜନା ସୃଷ୍ଟି କରିବା ସବୁ ସାହିତ୍ୟିକ ମାନଙ୍କପାଇଁ ଧେୟ ହେଉ । କେବଳ ଗଳ୍ପ, କବିତା କିମ୍ବା ପ୍ରବନ୍ଧ ଲେଖିଦେଲେ ସାହିତ୍ୟ ବଳିଷ୍ଠ ହେବ ନାହିଁ। ସର୍ଜନା କ୍ଷେତ୍ରରେ ଲେଖକଙ୍କ ଆନ୍ତରିକତା ଓ ସୁସ୍ଥ ମାନସିକତା ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଶୁ କିଶୋର ସାହିତ୍ୟ ଏକାଡେମୀର ସଭାପତି ଶ୍ରୀଯୁକ୍ତ ଦାସ ବେନହୁର ଯୋଗଦେଇ ଛୋଟ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସାହିତ୍ୟନୁରାଗୀ କରାଯାଇ ପାରିଲେ ଭାଷା ସାହିତ୍ୟ ତିଷ୍ଠି ରହି ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସ୍ୱତନ୍ତ ଅତିଥି ଭାବେ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଯୋଗଦେଇ ସାହିତ୍ୟ ଅନୁଷ୍ଠାନ ମାନଙ୍କର ଏପରି ଉତ୍ସବ ଭାଷା ସାହିତ୍ୟର ଅଭିବୃଦ୍ଧିରେ ସକାରାତ୍ମକ ବାର୍ତ୍ତା ପ୍ରେରଣ କରିବ। ଆମ ଭାଷା ସାହିତ୍ୟ ଓ ସଂସ୍କୃତିର ଧାରା ଆମ ସମାଜର ଅବକ୍ଷୟକୁ ସୁଧାରି ପାରିବ ବୋଲି କହିଥିଲେ।ଏହି ଅବସରରେ ସାହିତ୍ୟଘରର ମୁଖପତ୍ର ‘ପ୍ରୟାସୀ’କୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଘନଶ୍ୟାମ ବୋଇତେଇଙ୍କୁ ସାହିତ୍ୟ ଘର ସମ୍ମାନ, ଆଦିକନ୍ଦ ସ୍ୱାଇଁଙ୍କୁ ସମାଜ ସେବା ସମ୍ମାନ, ଅଜୟ ଜେନାଙ୍କୁ ଯୁବ ଲେଖକ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ପ୍ରବନ୍ଧିକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଅନୁବାଦକ ଆନନ୍ଦ ଚନ୍ଦ୍ର ଓଝା, କବୟିତ୍ରୀ ବିଦ୍ୟୁତ ପ୍ରଭା ଦେଓଙ୍କୁ ସଂସଦ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବରିଷ୍ଠ ଉପଦେଷ୍ଟା ରତ୍ନାକର ଦାସ ଅତିଥି ପରିଚ଼ୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଯୋଜକ କିଶୋର ଆଚାର୍ଯ୍ୟ ସାହିତ୍ୟ ଘରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ସାହିତ୍ୟଘରର ଉପସଭାପତି ନିତ୍ୟାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଉଦ୍ଘାଟକ ଭାବେ ସମାଜସେବୀ ତଥା ଆନନ୍ଦପୁରର ପୁର୍ବତନ ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାସହ ଆଜିର ଯୁବପିଢ଼ିଙ୍କ ପାଇଁ ଏପରି ସାହିତ୍ୟ ସମାରୋହ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କହିଥିଲେ। ସାହିତ୍ୟଘର ମାଧ୍ୟମରେ ଗ୍ରାମଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କ ନିକଟରେ ସାହିତ୍ୟ ପହଞ୍ଚି ପାରିବା ସହିତ ଆଜିର ଯୁବପିଢ଼ିଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆବେଗ ସୃଷ୍ଟି ସୃଷ୍ଟି ହୋଇପାରିଛି ବୋଲି ଶ୍ରୀ ସେଠୀ କହିଥିଲେ । ହାସ୍ୟମୟୀ ରାଜ, କାଞ୍ଚନବାଳା ଜେନା, ଓ ବ୍ୟଙ୍ଗକବି ସୁବାସ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କବି ଅଶୋକ ପୁହାଣ, ପ୍ରଫେସର ରମାକାନ୍ତ ନାୟକ, ସୁଜିତ ମିଶ୍ର, ଚିନ୍ତାମଣି ମହାଳିକ, ଜଗନ୍ନାଥ ପାତ୍ର, ଶରତ କୁମାର ରାଉତ, ଜୟନାରାୟଣ ମହାପାତ୍ର, ରାଉତ, ଡ଼. ଶେଷଦେବ ପରିଡା, ଡ଼. କୃଷ୍ଣ ଚନ୍ଦ୍ର ପଣ୍ଡା, ଚିତ୍ତ ରଞ୍ଜନ ନାୟକ, ନୃସିଂହ ନାଥ ସିଂହ, ବରିଷ୍ଠ ଉପଦେଷ୍ଟା ମୋହନ କୁମାର ମହାନ୍ତି, ଉପ ସଭାପତି ମୁରଲୀଧର ବେହେରା, ସହ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା, ନାରାୟଣ ସାହୁ, କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ପରିଡ଼ା, ଉପ ସଭାପତି ଅମୁଲ୍ୟ ମିଶ୍ର, ସାଇଚେତନା ସମ୍ପାଦକ ଚତୁର୍ଭୁଜ ପହି, ଦାଶରଥି ସାହୁ, ସୁଦାମ ଚରଣ ଜେନା, ଦୀପ୍ତି ଦେବଦର୍ଶନୀ ସୁତାର, ବନମାଳୀ ଜେନା , ଅଭୟ କୁମାର ସାମଲ, ପ୍ରଜ୍ଞା ପାରମିତା ସାମଲ, ଅନିରୁଦ୍ଧ ସେଠୀ, ହେମନ୍ତ କୁମାର ନାୟକ, ହରିହର ସାମଲ, ଧୃବାନନ୍ଦ ସେଠୀ, ପ୍ରଶାନ୍ତ କୁମାର ଖଣ୍ଡାୟୀ, ବିନୟ କୁମାର ନାୟକ, ଦେବେନ୍ଦ୍ର କୁମାର ଜେନା, ଶିଶିର କୁମାର ବିଶ୍ଵାଳ, ଚକ୍ରଧର ସାହୁ, ବିକାଶ ବିଶ୍ବାଳ, ପାର୍ଥସୌରଭ ସା, ଅମୁଲ୍ୟ ବାରିକ, ବସନ୍ତ କୁମାର ବେହେରା, ଶରତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଶାନ୍ତନୁ କୁମାର ରାଉତ, ରମେଶ ଚନ୍ଦ୍ର ନାୟକ, ସତ୍ୟବ୍ରତ ବିଶ୍ବାଳ, ପର୍ଶୁରାମ ନାୟକ, ପାର ସ୍ବାଇଁ, ମଞ୍ଜୁଲତା ବେଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ ।
