ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା
ବରପାଲି – ୨୭/୯(ସୁଦାମ ଦୀପ ) ବରଗଡ ଜିଲ୍ଲା ମାଳିପାଲି ଗ୍ରାମ ପଞ୍ଚାୟତର ୮୧ ବର୍ଷିୟା ଅସହାୟ ବିଧବା ବୃଦ୍ଧା ମହିଳା ଛାୟା ପାଣ୍ଡେ , ତାଙ୍କୁ ବର୍ତ୍ତମାନ ବୟସ ୮୧ ବର୍ଷରୁ ଉର୍ଦ୍ଧ୍ବ, ସରକାରଙ୍କ ନିୟମ ଅନୁସାରେ ୮୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧାଙ୍କୁ ସରକାରଙ୍କ ତରଫରୁ ମାସିକ ୩୫୦୦ ଟଙ୍କା ଦିଆ ଯାଉଥିବା ବେଲେ ଏହି ମାଳିପାଲି ଗ୍ରାମ ପଞ୍ଚାୟତରେ ଏକ ଅଜବ ନିୟମ ଚାଲିଛି। ଏହି ବିଧବା ଅସହାୟ ବୃଦ୍ଧା ଛାୟା ପାଣ୍ଡେଙ୍କୁ ୮୦ ବର୍ଷରୁ ଉର୍ଦ୍ଧ୍ବ ହେବା ଜାଣି ସରକାରଙ୍କ ତରଫରୁ ଗ୍ରାମ ପଞ୍ଚାୟତରେ ୩ ମାସ ପର୍ଯ୍ୟନ୍ତ ମାସିକ ୩୫୦୦ ଟଙ୍କା ଭତ୍ତା ଦିଆ ଯିବାପରେ ପୁଣି ତାକୁ କାଟିଦେଇ ଏବେ ମାସିକ ୧୦୦୦ ଟଙ୍କା ଲେଖାଏଁ ଦିଆ ଯାଉଛି। ଏହା କେଉଁ କାରଣ ପାଇଁ କାଟି ଦିଆଦେଲେ ସରକାର ତାଙ୍କୁ ଜଣାଇ ନାହାନ୍ତି। ସରକାରଙ୍କ ଏହି ଅଜବ ନିୟମ ପାଇଁ ଆଜି ଜଣେ ଅସହାୟ ମହିଳା ସରକାରଙ୍କ ନିତି ନିୟମରୁ ପାଇବାକୁ ବଞ୍ଚିତ ହେଉଛନ୍ତି।ବରଗଡ ଜିଲ୍ଲାପାଳ ତଥା ଏହି ଦାୟିତ୍ବରେ ଥିବା ବରଗଡ ଉପ ଜିଲ୍ଲାପାଳ ମହୋଦୟ ଏ ଦିଗରେ ଟିକିଏ ଦୃଷ୍ଟି ଦେଲେ ଅସହାୟ ବୃଦ୍ଧା ମହିଳା ଜଣଙ୍କ ପାଇବା ପାଇଁ ବଞ୍ଚିତ ନ ହେବେ ଏଂବ ୩ ମାସ ପର୍ଯ୍ୟନ୍ତ ପାଇ କାହିଁକି କଟାଗଲା ଏହାର ଉଚ୍ଚ ସ୍ତରିୟ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ।
