September 28, 2026

‘ସେତୁ ଶିକ୍ଷା ପ୍ରକଳ୍ପ’ ଦ୍ବିତୀୟ ଶାଖା ଉଦଘାଟିତ 

IMG-20260927-WA0029
Share

 

ସମ୍ବଲପୁର, ୨୭/୯ : ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେତୁ’ ପକ୍ଷରୁ ଗତ ୨୦୧୨ ମସିହାରୁ ଆର୍ଥିକ ଦୁର୍ବଳ ଶ୍ରେଣୀର ଶିଶୁମାନଙ୍କ ସକାଶେ ଅତିରିକ୍ତ ଶିକ୍ଷା ବ୍ୟବସ୍ଥା କରିବାକୁ ମାନେଶ୍ୱର ବ୍ଲକ୍ ଅର୍ନ୍ତଗତ ଝାଙ୍କରପାଲି ଗ୍ରାମରେ ‘ସେତୁ ଶିକ୍ଷା ପ୍ରକଳ୍ପ’ ଅଧୀନରେ ଶିକ୍ଷାଦାନ କରାଯାଉଛି। ଏହି କ୍ରମରେ ଆଜି ଝାଙ୍କରପାଲି ପଞ୍ଚାୟତର ବିଶିଟିକିରା ଠାରେ ଶିକ୍ଷା ପ୍ରକଳ୍ପର ଦ୍ବିତୀୟ ଶାଖା କାର୍ଯ୍ୟାରମ୍ଭ କରିଛି। ଆଜିର କାର୍ଯ୍ୟକ୍ରମରେ ‘ସେତୁ’ର ଉପସଭାପତି ଡଃ କାମଦେବ ସାହୁ, ସଂପାଦକ ହରି ନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ରବି ନାରାୟଣ ପ୍ରଧାନ, ଉପଦେଷ୍ଟା ବିଦ୍ୟାର୍ଣ୍ଣ ପଣ୍ଡା ତଥା ପ୍ରକଳ୍ପ ସଂଯୋଜକ ପ୍ରଫୁଲ୍ଲ କୁମାର ପଣ୍ଡା ଉପସ୍ଥିତ ରହିଥିଲେ। ଏହି ଅବସରରେ ପ୍ରକଳ୍ପରେ ଅଧ୍ୟୟନରତ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା।ଝାଙ୍କରପାଲି ପଞ୍ଚାୟତର ସ୍ଥାନୀୟ ୱାର୍ଡର ୱାର୍ଡ ମେମ୍ବର ବଳରାମ ମିର୍ଦ୍ଧା, ପୂର୍ବତନ ୱାର୍ଡ଼ ମେମ୍ବର ଜଗନ୍ନାଥ ମିର୍ଦ୍ଧା, ବରିଷ୍ଠ ନାଗରିକ ଅଶୋକ କୁମାର ପ୍ରଧାନ ତଥା ବିଶିଟିକିରାର ସ୍ଥାନୀୟ ଲୋକମାନେ ଉପସ୍ଥିତ ରହି ଏହି ମହତ କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ‘ସେତୁ’ ପକ୍ଷରୁ ୧୯୯୯ ମସିହାରୁ ‘ସମ୍ବଲପୁର ପୁସ୍ତକ ମେଳା’ ଆୟୋଜନ କରିବା ସହିତ ବିଭିନ୍ନ ଏକାଡେମିକ କାର୍ଯ୍ୟକଳାପ ସଫଳତାର ସହ କରାଯାଉଛି।