November 2, 2026

ଗୁନିଆପାଲି ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

IMG-20261025-WA0068
Share

 

ବରଗଡ,

ରବିବାର ଦିନ ମାହେଶ୍ୱରୀ ସେନା ଓ ଗୁନିଆପାଲି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭେଡେନ ବ୍ଲକ ଗୁନିଆପାଲି ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ମାଁ ମାହେଶ୍ୱରୀଙ୍କର ପୂଜାର୍ଚ୍ଚନା କରାଯାଇଥିଲା l ଏହି ଶିବିରକୁ ଡୁମାଲ ପରିଷଦ, ଓଡିଶା ବରଗଡ଼ ଜିଲ୍ଲା ଶାଖାର ଗୁନିଆପାଲି କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ମଗନ ଖମାରୀ ଓ ସୁନାଲରମ୍ଭା ଗ୍ରାମପଂଚାୟତର ଗ୍ରାମ ରୋଜଗାର ସେବକ ତଥା ସମାଜସେବୀ ଶ୍ରୀଯୁକ୍ତ ଅଶୋକ ସୁନା ଫିତାକାଟି ଶୁଭାରମ୍ଭ କରିଥିଲେ l ଏହି ରକ୍ତଦାନ ଶିବିରରେ ୨ଜଣ ମହିଳା ଓ ୨୮ ଜଣ ପୁରୁଷ ରକ୍ତଦାନ କରିଥିଲେ l ସମୁଦାୟ ମୋଟ ୩୦ ୟୁନିଟ ରକ୍ତ ଭୀମସାର ବୁର୍ଲା ରକ୍ତଭଣ୍ଡାରର ଟେକନିସିଏନ ଓ କର୍ମଚାରୀଙ୍କ ଦ୍ୱାରା ସଂଗୃହିତ ହୋଇଥିଲା l ଶିବିରରେ ମାଁ ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟ ବୃନ୍ଦ ଓ ଗୁନିଆପାଲି ଗ୍ରାମବାସୀ ଉପସ୍ଥିତ ରହି ରକ୍ତଦାତା ମାନଂକୁ ଉତ୍ସାହିତ କରିବାସହ ସାହାଯ୍ୟ ସହଯୋଗ କରିଥିଲେ l