November 2, 2026

ବଅଁରପାଲ ହାଟ ଛକରେ ବନ୍ଧୁକ ଦେଖାଇ ଆତଙ୍କ ଖେଳାଉଥିବା ଯୁବକ କାବୁ: ମାଗାଜିନ୍ ଯୁକ୍ତ ପିସ୍ତୁଲ ଜବତ

IMG-20261025-WA0070
Share

 

 

ବଅଁରପାଲ (ଅନୁଗୋଳ): ବଅଁରପାଲ ହାଟ ଛକ ନିକଟରେ ଖୋଲାଖୋଲି ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରୁଥିବା ଜଣେ ଯୁବକଙ୍କୁ ପୁଲିସ କାବୁ କରିବା ସହ ତାଙ୍କ ନିକଟରୁ ଏକ ମାଗାଜିନ୍ ଯୁକ୍ତ ପିସ୍ତୁଲ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ଅନୁଗୋଳ ଥାନା ଅନ୍ତର୍ଗତ ଉନ୍ତୁବର ଗ୍ରାମର ସନ୍ତୋଷ ଦେହୁରୀ ଓରଫ୍ ବେଟୁ (୨୮) ବୋଲି ଜଣାପଡ଼ିଛି।

 

ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ବେଟୁ ବଅଁରପାଲ ହାଟ ଛକ ଅଞ୍ଚଳରେ ପହଞ୍ଚି ବଜାରକୁ ଆସିଥିବା ସାଧାରଣ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରୁଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଓ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

 

ଏ ସମ୍ପର୍କରେ ଖବର ପାଇବା ପରେ ବଅଁରପାଲ ଥାନାଧିକାରୀ ଅୟେଶକାନ୍ତ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଅମିତ କୁମାର ମିଶ୍ର ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ପୁଲିସ ତୁରନ୍ତ ଅଭିଯୁକ୍ତକୁ କାବୁ କରିବା ସହ ତା’ କବଜାରୁ ମାଗାଜିନ୍ ଥିବା ପିସ୍ତୁଲଟିକୁ ଜବତ କରିଥିଲା। ଯୁବକ ଜଣକ ଏହି ବେଆଇନ ମାରଣାସ୍ତ୍ର କେଉଁଠାରୁ ଆଣିଥିଲା ଏବଂ କେଉଁ ଉଦ୍ଦେଶ୍ୟରେ ଆତଙ୍କ ସୃଷ୍ଟି କରୁଥିଲା, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।