July 28, 2026

ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡିଶା ହାକାଥନ ୩.୦ କାର୍ଯ୍ୟକ୍ରମରେ ଗୋଲିଆ ଓଏଭିର ତୃତୀୟ ସ୍ଥାନ ହାସଲ 

IMG-20260725-WA0049
Share

ବୁଗୁଡା : ତା ୨୫/୦୭/୨୬ : ଗଞ୍ଜାମ ଜିଲ୍ଲା ସ୍ତରୀୟ ଓଡିଶା ହାକାଥନ୍ ୩.୦ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବୁଗୁଡା ବ୍ଲକର ଗୋଲିଆ ଓଏଭି ଛାତ୍ରୀ ପୁଷ୍ପାଞ୍ଜଳି ରାଉତଙ୍କ ନେତୃତ୍ବରେ ଚାରି ଜଣିଆ ଦଳ ତୃତୀୟ ସ୍ଥାନ ଅଧିକାର କରି ବିଦ୍ଯାଳୟ ପାଇଁ ଗୌରବ ଆଣିଛନ୍ତି। ଗଞ୍ଜାମ ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମ ଡୁରା ପିଏମଶ୍ରୀ ନ୍ଯାସନାଲ ହାଇସ୍କୁଲରେ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁନିଲ୍ କୁମାର କେର୍କେଟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲା ବେଳେ ଏଥିରେ ୨୨ଟି ଆଦର୍ଶ ବିଦ୍ୟାଳୟର ୧୯୦ ଛାତ୍ରଛାତ୍ରୀଙ୍କ ୮୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ସେଥି ମଧ୍ୟରୁ ଗୋଲିଆ ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିପକ ମୁଦୁଲିଙ୍କ ମାର୍ଗ ଦର୍ଶନରେ ଛାତ୍ରୀ ପୁଷ୍ପାଞ୍ଜଳି ରାଉତଙ୍କ ସମେତ ସାହିଲ ବେହେରା, ସୁଧାଶ୍ରୀ ଜେନା ଓ ଆଦର୍ଶ ପୋଲେଇ ପ୍ରମୁଖ ଛାତ୍ରଛାତ୍ରୀଙ୍କ ଟିମ୍ ପକ୍ଷରୁ ପ୍ରଦର୍ଶିତ ପ୍ରକଳ୍ପ ତୃତୀୟ ସ୍ଥାନ ଅଧିକାର କରିବା ସହ ସେମାନେ ପ୍ରମାଣପତ୍ର ସହ ଦଶ ହଜାର ଟଙ୍କାର ଅର୍ଥରାଶି ହାସଲ କରିଥିଲେ। ତେବେ ବିଦ୍ୟାଳୟର ଏହି ପୁରସ୍କୃତ ଦଳର ଛାତ୍ରଛାତ୍ରୀଙ୍କୁ ଉପାଧ୍ୟକ୍ଷା ସୁଚିତ୍ରା ପଟ୍ଟନାୟକଙ୍କ ସମେତ ବିଦ୍ଯାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

You may have missed