ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା
ପଦ୍ମପୁର : (ଜୟନ୍ତ କୁମାର ସେଠ) ଆଉ କେତେ ଦୁର୍ଘଟଣା ରେ ଲୋକ ଆହତ ହେଲେ ପ୍ରଶାସନ ଚେତିବ। ରାଜ ରାସ୍ତା ରେ ବୁଲା କୁକୁର ଏବଂ ଗାଈ ଗୋରୁଙ୍କ ଙ୍କ ଦୌରାତ୍ମ୍ୟ ରେ ଅନେକ ସମୟରେ ବାଇକ ରେ ଯାଉଥିବା ଜନସାଧାରଣ ଙ୍କ ଉପରକୁ ଗାଈ ଗୋରୁ ଦୌଡ଼ି ଆସୁଛନ୍ତି, ରାତିରେ ଅନ୍ଧାର ରେ ଷ୍ଟ୍ରିଟ ଲାଇଟ ସବୁ ଜାଗର ଭଲ କି ଜଳୁ ନ ଥିବାରୁ ରାସ୍ତା ରେ ଥିବା ଗାଈଗୋରୁ ଙ୍କୁ ଦେଖି ନ ପାରି ବିଭିନ୍ନ ସମୟରେ ଜନସାଧାରଣ ଦୁର୍ଘଟଣା ର ଶିକାର ହେଇଛନ୍ତି ଓ ସ୍କୁଲ ଯାଉଥିବା ଛୋଟ ଛୋଟ ଛୁଆ ମାନେ ରାସ୍ତା ରେ ଯିବା ଆସିବା ସମୟରେ ଛୁଆ ମାନଙ୍କୁ କୁକୁର ମାନେ ଦଉଡ଼େଇବା ନଜିର ରେ ଆସୁଛି। ଗତ କାଲି ରାସ୍ତା ରେ ଆସୁଥିବା ସମୟରେ ନାଇସ କମ୍ପୁଟର ଏକାଡେମୀ ର ମାଲିକ ର ଗାଡି ପାଖକୁ ଗୋଟିଏ ଷଣ୍ଢ ଦୌଡ଼ି ଆସି ବାଇକ ରେ ପିଟି ହେଲା। ଯାହା ଫଳରେ ଦୁର୍ଘଟଣା ର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଆଖ ପାଖ ଲୋକ ଆସି ତାଙ୍କୁ ଉଦ୍ଧାର କରି ଡାକ୍ତର ଖାନା କୁ ନେଇ ଆଶୁ ଚିକିତ୍ସା କରି ବିକାଶ ହସ୍ପିଟାଲ କୁ ସ୍ଥାନ୍ତରଣ କରିଥିଲେ। ସେମିତି ଦୁଇଦିନ ଆଗରୁ ବସନା ରୋଡ଼ ICICI ବେଙ୍କ ପାଖରେ ରେ ରାସ୍ତା ମଝିରେ ଗୋଟିଏ କଳା ଷଣ୍ଢ ରହିଥିଲା ନାଥ ମେଡିକାଲ ର ମାଲିକ କୁନାଲ ନାଥ ନିଜ ସ୍କୁଟି ରେ ଆସୁଥିବା ବେଳେ ଅନ୍ଧାର ରେ ଷଣ୍ଢ କୁ ଦେଖି ନ ପରି ଦୁର୍ଘଟଣା ର ଶିକାର ହୋଇଥିଲେ। ତାଙ୍କୁ ମଧ୍ୟ ସ୍ଥାନୀୟ ଜନସାଧାରଣ ପଦ୍ମପୁର ଡାକ୍ତର ଖାନା ନେଇଥିଲେ। ଦୁର୍ଘଟଣା ରେ ଦୁଇଜଣଙ୍କ ମୁଣ୍ଡ ଏବଂ ଆଣ୍ଠୁ ରେ ୮, ୧୦ ଟି ଲେଖାଏଁ ଷ୍ଟିଚ ପଡିଛି। ଏମିତି ବାରମ୍ବାର ଦୁର୍ଘଟଣା ର ଖବର ବିଭିନ୍ନ ଗଣ ମାଧ୍ୟ୍ୟମ ରେ ସୂଚିତ ହୋଇକି ଭି ପ୍ରଶାସନ ର ନିଦ ଭାଙ୍ଗୁ ନାହିଁ। କଣ କାହାରି ମୃତ୍ୟ କୁ ଅପେକ୍ଷା କରିଛନ୍ତି କି ଲୋକଙ୍କ ପ୍ରଶ୍ନ।
