November 29, 2026

ଲାଞ୍ଚ ମାମଲାରେ ଭିଜିଲାନ୍ସ ଜାଲରେ ଜୁନାଗଡ଼ ଏନ.ଏ.ସି କର୍ମଚାରୀ

IMG-20261122-WA0012
Share

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ଏମ.ଆଇ.ଏସ ଲାଞ୍ଚ ନେଉଥିବା ବେଳେ ଭବାନୀପାଟଣା ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ସୂଚନା ଅନୁଯାୟୀ, ଜୁନାଗଡ଼ ସହରର ଜଣେ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବକେୟା ଥିବା ୪O ହଜାର ଟଙ୍କା ପାଇଁ ଜୁନାଗଡ଼ ଏନ.ଏ.ସି ରେ କାର୍ଯ୍ୟରତ ଏମ.ଆଇ.ଏସ ପ୍ରଦ୍ୟୁମ୍ନ କୁମାର ଦାଶଙ୍କୁ ଭେଟିଥିଲେ। ପ୍ରଦ୍ୟୁମ୍ନ ଦାଶ ବକେୟା ଥିବା ୪O ହଜାର ଟଙ୍କାର ବିଲ କରାଇଦେବା ପାଇଁ ଜୈନିକ ହିତାଧିକାରୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ହିତାଧିକାରୀ ଜଣକ ଭବାନୀପାଟଣା ସ୍ଥିତ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ବିଭାଗର ଯୋଜନା ଅନୁଯାୟୀ, ଗତକାଲି ଶନିବାର ଦିନ ହିତାଧିକାରୀ ଜଣକ ପ୍ରଦ୍ୟୁମ୍ନ ଦାଶଙ୍କୁ ୭ ହଜାର ଟଙ୍କା ଦେଇଥିଲେ ଓ ପ୍ରଦ୍ୟୁମ୍ନ ଦାଶ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ ଓ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଜୁନାଗଡ଼ ଏନ.ଏ.ସି କାର୍ଯ୍ୟାଳୟରେ ଅଧିକ ତଦନ୍ତ ଜାରି ରହିଛି। ଗତ ତିନି ଦିନ ତଳେ ଗୋଲାମୁଣ୍ଡା ତହସିଲଦାର ଓ ତାଙ୍କ ଡ୍ରାଇଭର ୧୨ ହଜାର ଲାଞ୍ଚ ମାମଲାରେ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡିବା ସହ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଥିବାବେଳେ, ପୁଣିଥରେ ଆଉଜଣେ ସରକାରୀ କର୍ମଚାରି ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରାପଡିବା ନେଇ ବର୍ତ୍ତମାନ ଜିଲ୍ଲା ସାରା ଚର୍ଚ୍ଚା ଜୋର ଧରିଛି।

You may have missed