November 29, 2026

ପ୍ରଧାନମନ୍ତ୍ରୀ ଙ୍କ 140 ତମ ମନକିବାତ କାର୍ଯ୍ୟକ୍ରମ ପାଳନ ଓ ଜଗନ୍ନାଥପୁର ମଣ୍ଡଳ ଆନୁକୂଲ୍ୟରେ ବିଜେପି ର ମିଶ୍ରଣ ପର୍ବ

IMG-20261129-WA0094
Share

ତିର୍ତ୍ତୋଲ ତା 29/11/2026 ତିର୍ତ୍ତୋଲ ବ୍ଲକ, ତୁଳଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ୱରେ ଗତ ରବିବାର ପୂର୍ବାହ୍ନ ରେ ଭାରତବର୍ଷ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ 140 ତମ ମନ କି ବାତ କାର୍ଯ୍ୟକ୍ରମ ପାଳନ ଅବସରରେ, ଜଗନ୍ନାଥପୁର ମଣ୍ଡଳ ଆନୁକୂଲ୍ୟରେ ବିଜେପି ର ମିଶ୍ରଣପର୍ବ ବିପୁଳ ଜନସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ମଣ୍ଡଳପ୍ରଭାରୀ ପ୍ରଦୀପ କୁମାର ଲେଙ୍କା ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବାସହିତ ମଞ୍ଚ ସଞ୍ଚାଳନ କରିଥିଲେ l ଆବାହକ ଯୁବନେତା ମାନସ ରଞ୍ଜନ ସ୍ୱାଇଁ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ମିଶ୍ରଣପର୍ବରେ ମୁଖ୍ୟଅତିଥି ଭାବେ ମାନ୍ୟବର ସାଂସଦ ବିଭୁପ୍ରସାଦ ତରାଇ, ଜିଲ୍ଲାବିଜେପି ନେତା ତଥା ଆଇନୀଜୀବି ରାଜକିଶୋର ବେହେରା, ଜିଲ୍ଲା କୃଷକମୋର୍ଚ୍ଚା ର ସହପ୍ରଭାରୀ ବିବେକାନନ୍ଦ ହୋତା ଓ ସାଂସଦଙ୍କ ପ୍ରତିନିଧି ସୁନନ୍ଦ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ହେବାପରେ ଭାରତମାତା ଙ୍କ ତୈଳଚିତ୍ର ରେ ପୁଷ୍ପାଞ୍ଜଳି ଦେଇ ପ୍ରଦୀପପ୍ରଜ୍ବଳନ କଲାବେଳେ ଭାରତମାତା କୀ ଜୟ ଧ୍ଵନିରେ ସଭାସ୍ଥଳ ପ୍ରକମ୍ପିତ ହୋଇଉଠିଥିଲା l ମୁଖ୍ୟଅତିଥି ସାଂସଦ ଶ୍ରୀ ତରାଇ କହିଲେଯେ, ଭାରତବର୍ଷ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମ ରେ ଅନୁପ୍ରାଣିତ ହୋଇ ଆଜି ସ୍ୱତଃସ୍ପଦ ଭାବରେ ଯେଉଁମାନେ ବିଜେପି ରେ ଯୋଗଦେବାକୁ ଯାଉଛନ୍ତି, ସେମାନଙ୍କର ଆଗ୍ରହ ଓ ଆନୁଗତ୍ୟତା ପାଇଁ ମୁଁ ସେହି ଉତ୍ସାହି ବନ୍ଧୁମାନଙ୍କୁ ଉଚ୍ଚପ୍ରଶଂସା କରୁଅଛି l ବିଶେଷକରି ନିଶାମୁକ୍ତ ଭାରତ ଗଠନ ପାଇଁ ଉପସ୍ଥିତ ଯୁବବର୍ଗ ଙ୍କୁ ଆବେଗ ପୂର୍ଣ୍ଣ ଆହ୍ୱାନ ଦେଇଥିଲେ l ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା, ଜଗନ୍ନାଥପୁର ମଣ୍ଡଳ ଅନ୍ତର୍ଗତ ପ୍ରକାଶ ଚନ୍ଦ୍ର ସାହୁ, ଶିକ୍ଷାବିତ ଶରତ ଚନ୍ଦ୍ର ତାରେଣିଆ, ରମେଶ ଚନ୍ଦ୍ର ଦାସ, ମହାବୀର ନାୟକ, ଜଗନ୍ନାଥ ସ୍ୱାଇଁ, ନାରାୟଣ ମଲ୍ଲିକ, ଉଲ୍ଲାସ କୁଅଁର, ଅଶୋକ ଦାସ, ବାବାଜୀ ମଲ୍ଲିକ, ଲକ୍ଷ୍ମୀକାନ୍ତ ନାୟକ, ଅଭିରାମ ସାହୁ, ସୂର୍ଯ୍ୟକାନ୍ତ ମହାନ୍ତି, ପ୍ରଫୁଲ୍ଲ ସ୍ୱାଇଁ, ବାବାଜୀ ସାହୁ, ସୁଦାମ ଚରଣ ସାହୁ ଓ ପ୍ରସନ୍ନ କୁମାର ସେଠୀ ପ୍ରମୁଖ ଶତାଧିକ କର୍ମୀ ଙ୍କୁ ଦଳୀୟ ଉତ୍ତରୀୟ ପକାଇ ବିଧିବଦ୍ଧ ଭାବରେ ଦଳକୁ ସ୍ୱାଗତ କରାଯାଇଥିଲା l ତେବେ ମୁଖ୍ୟବ୍ୟବସ୍ଥାପକ ଯୁବନେତା ମାନସ ରଞ୍ଜନ ସ୍ୱାଇଁ ଙ୍କ ବଳିଷ୍ଠ ନେତୃତ୍ୱ ନିକଟଭବିଷ୍ୟତ ରେ ବିଜେପି ର ସଙ୍ଗଠନ ଅଧିକ ସୁଦୃଢ ଓ ମଜଭୂତ କରିବବୋଲି ସାଧାରଣରେ ଆଲୋଚନା ହେଉଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed