ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ପରିବାର ସଦସ୍ୟ ହେଲେ ଏସପିଙ୍କ ଦ୍ୱାରସ୍ଥ
lପୁରୀଜିଲ୍ଲା, କଣାସ ବ୍ଲକ, ଗଡ଼ିଶାଗଦା ଥାନା ଅନ୍ତର୍ଗତ କାନପୁର ବାଉରୀବନ୍ଧୁ ବରାଳଙ୍କ ଧର୍ମପତ୍ନୀ ପଦୀ ବରାଳ ଙ୍କ କହିବାନୁସାରେ କିଛି ବର୍ଷ ତଳେ ତାଙ୍କ ଝିଅକୁ ସେହି ଗ୍ରାମର ବାସୁଦେବ ବରାଳ ପ୍ରେମ ବିବାହ କରିଥିଲା l ତାଙ୍କର ଗୋଟିଏ ଦୁଇବର୍ଷର ଝିଅ ଅଛି, କିନ୍ତୁ ବାସୁଦେବ ବରାଳ ମଦ ପିଇ ସବୁଦିନ ନିଜ ସ୍ତ୍ରୀକୁ ମାରଧର କରିବାଦ୍ବାରା ପଦୀ ଝିଅକୁ ଏବଂ ନାତୁଣୀକୁ ଆଣି ନିଜ ପାଖରେ ରଖିଥିଲେ l କାଳେ ପଦୀ ଥାନାରେ କୌଣସି କେଶ କରିଦେବେ ସେଥିପାଇଁ ବାସୁଦେବ ବରାଳ, ସହଦେବ ବରାଳ ଏବଂ ଝୁନାରାଣୀ ବରାଳ ଇର୍ଷାପରାୟଣ ହୋଇ ପଦୀଙ୍କ ଦୁଇପୁଅ ରାଜେଶ ଏବଂ ରାକେଶଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ କରିଥିଲେ l ଏହା ବିରୋଧରେ ପଦୀ ତିନିଜଣଙ୍କ ନାମରେ ଗଡିଶାଗଦା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଗଡିଶାଗଦା ଥାନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆଜି ଇନଷ୍ଟିଚୁଟ ଅଫ ସୋସିଆଲ ଟ୍ରାନ୍ସଫର ମେସନ ଆଣ୍ଡ ହୁମାନରାଇଟସ ର ରାଜ୍ୟ ସଭାନେତ୍ରୀ ସ୍ୱୟଂପ୍ରଭା ସାହୁ ଙ୍କ ଅଧକ୍ଷତାରେ ପୁରୀଜିଲ୍ଲା ସଭାନେତ୍ରୀ ସ୍ନେହାମଇ ରାଉତ, ସମ୍ପାଦକ ସାମ୍ବାଦିକ ରମେଶ ସାହୁ ଏବଂ ହରିଜନ ଆଦିବାସୀ ସଭାନେତ୍ରୀ ରଶ୍ମିତା ନାୟକ ପଦୀଙ୍କ ପରିବାର ସହିତ ପୁରୀ ଏସପି କାର୍ଯ୍ୟାଳୟକୁ ଯାଇ ଏସପିଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରିବାପରେ ସାତଦିନ ଭିତରେ ଦୋଷୀମାନଙ୍କୁ ଗିରଫ କରିବାପାଇଁ ଏସପିଙ୍କ କାର୍ଯ୍ୟାଳୟ ରୂ ନିର୍ଭର ପ୍ରତିଶୃତି ଦିଆଯାଇଛି lପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
