November 28, 2026

ଜନ୍ମ ମାଟି କୁମ୍ଭାରି ରେ ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧବାର୍ଷିକୀ

IMG-20261121-WA0040
Share

ବରପାଲି,୨୧|୧୧(ସୁଦାମ ଦୀପ): ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମରେ ଆଜାଦ ଯୁବକ ସଂଘ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକୀ ତାଙ୍କର ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି। ସୁରେନ୍ଦ୍ର ବୀର ଭୁବନ ଭୋଇ ଗୁରୁ ବନ୍ଦନା ଗାନ କରିଥିଲେ। ଗୁରୁଙ୍କ ଶିଷ୍ୟ ଗବେଷକ ଶାସ୍ତ୍ରୀୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ) ଙ୍କ ସଭାପତିତ୍ବରେ ଅଭିନେତା ନିର୍ଦ୍ଦେଶକ ପ୍ରଦୀପ ସାହୁଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ବରିଷ୍ଠ ବେତାର କଣ୍ଠଶିଳ୍ପୀ ବିରେନ୍ଦ୍ର ନାଥ ନାଗ, ସମ୍ମାନିତ ଅତିଥି ରୋହିତ ମହାରଣା, ବିଜୟାନନ୍ଦ ସାହୁ, ମୂଖ୍ୟ ବକ୍ତା ମହେନ୍ଦ୍ର କୁମାର ମେହେର ପ୍ରମୁଖ ଯୋଗଦାନ କରି  ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ଏବଂ ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନ ପାଇଁ ଗୁରୁ ଭଗବାନ ସାହୁଙ୍କ ଦୀର୍ଘ ବର୍ଷର ସଫଳ, ସ୍ବର୍ଣ୍ଣିମ ଅଧ୍ୟାୟ ଉପରେ ଆଲୋଚନା କରିଥିଲେ, ଏହି ଅବସରରେ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ଆସର ଅନୁଷ୍ଠିତ ହୋଇଥିଲା, ଗୋପବନ୍ଧୁ ସାହୁ, ବସୁଦେବ ପଧାନ,ରମେଶ ମାଝୀ, ସୁମନ୍ତ ବାରିକ, ଡୋଲାମଣି ପାଇକ,ସଚିନ ମହାପାତ୍ର, ସିତାରାମ ପଧାନ, ଧିରେନ୍ଦ୍ର ସାହୁ, ସେବାନନ୍ଦ ନାୟକ, ରମେଶ ସାହୁ,ଗୁଣ ପଧାନ ପ୍ରମୁଖ ସହଯୋଗ କରିଥିଲେ। ଅଭିନେତା ନିର୍ଦ୍ଦେଶକ ରାମଜୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।