November 28, 2026

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ର ରାଜୁ ବାଗ ହତ୍ୟା ଘଟଣା,୧୫ ଦିନ ପରେବି ପୋଲିସ ହାତ ଖାଲି

IMG-20261121-WA0033
Share

କୋକସରା:ତା-୨୧/୧୧(ପ୍ରଦିପ ଭରାସଗରିଆ “ଉପାନ୍ତ ଖବର”)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଆମ୍ବେଦକର ପଡ଼ାର ଯୁବକ ରାଜୁ ବାଗଙ୍କ ହତ୍ୟା ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇନାହିଁ। ଏହାକୁ ନେଇ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ଓ ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏନେଇ ଲଡୁଗାଁଠାରେ ଉଭୟ ସଂଗଠନ ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଫେଡେରେସନ୍ ଓ ଧର୍ମଗଡ଼ ଉପଖଣ୍ଡ ଡମ୍ବ ସମାଜର କର୍ମକର୍ତ୍ତାମାନେ ଯୋଗଦେଇ ରାଜୁ ବାଗ ହତ୍ୟା ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟାରେ ଶିଳତା ଏବଂ ଅଭିଯୁକ୍ତଙ୍କୁ ଧରିବାରେ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ।ବୈଠକରେ ନିଷ୍ପତ୍ତା ଅନୁଯାୟୀ,ଆସନ୍ତା ଦୁଇ ଦିନ ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ଦିଗରେ ଠୋସ୍ ପଦକ୍ଷେପ ନନେଲେ, ଆସନ୍ତା ରବିବାର କୋକସରା ଥାନା ଘେରାଉ କରାଯିବ ବୋଲି ଉଭୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।