August 4, 2026

ଉଦଘାଟିତ ହେଲା ପ୍ରଭୁ ମହାବୀରଙ୍କ ସିଂହାସନ

IMG-20260421-WA0029
Share

 

ସୋମବାର ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପୁରୀ ବଡ଼ଶଙ୍ଖ ସ୍ଥିତ ନିର୍ବାଣୀ ଆଖଡ଼ା ମଠ ଆନୁକୂଲ୍ୟରେ ପ୍ରଭୁ ଶ୍ରୀହନୁମାନଙ୍କ ନୂତନ ସିଂହାସନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଅଛି। ଏହି ମଠଟି ଶ୍ରୀପଞ୍ଚ ମହାନିର୍ବାଣୀ ଅନୀ ଆଖଡ଼ା ଅନ୍ତର୍ଗତ ଏକ ଆଖଡ଼ା ମଠ ଯାହାକି ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କୃତି ଓ ନିତିକାନ୍ତି ସହିତ ଜଡ଼ିତ। ଏଠାରେ ଶ୍ରୀଗଣେଶ, ଶ୍ରୀରାଧା କୃଷ୍ଣ ଓ ଶ୍ରୀହନୁମାନଙ୍କ ବିଗ୍ରହ ସମେତ ଶତାଧିକ ସାଳିଗ୍ରାମ ପୂଜା ପାଆନ୍ତି। ଏହା ପୁରୀର ଐତିହାସିକ ସମ୍ପନ୍ନ ମଠ ଭିତରୁ ଅନ୍ୟତମ । ପ୍ରାତଃ ୬ ଘଟିକାରୁ ପୁରୋହିତ ବିଧିବଦ୍ଧ ଭାବରେ ପୂଜାପୂଜି ଆରମ୍ଭ କରିଥିଲେ ଏବଂ ହୋମ ଓ ଅନ୍ୟାନ୍ୟ ନିତିକାନ୍ତି ସକାଳ ୯ ଘଟିକା ସୁଦ୍ଧା ସମ୍ପୂର୍ଣ୍ଣ ହୋଇଥିଲା । ହୋମ ପରେ ପୁରୋହିତ ଶ୍ରୀ ସୁଧାକର ମିଶ୍ର, ଶ୍ରୀ ସତ୍ୟନାରାୟଣ ପଣ୍ଡା ଓ ବାବାଜୀ ଶ୍ରୀବୈଷ୍ଣବ ଦାସ ଶ୍ରୀହନୁମାନଙ୍କ ବିଗ୍ରହକୁ ନୂତନ ପ୍ରତିଷ୍ଠିତ ସିଂହାସନ ଉପରେ ବିରାଜମାନ କରିଥିଲେ । ଏହି ମଠର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟକ୍ରମ ମହନ୍ତ ଶ୍ରୀ ରାମଚରଣ ଦାସଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା ଏବଂ ଏହି ସମସ୍ତ କାର୍ଯ୍ୟକ୍ରମକୁ ମହନ୍ତଙ୍କ ମୁଖ୍ୟ ଶିଷ୍ୟ ଶ୍ରୀ ଦେବାଶିଷ ଦାଶ ପରିଚାଳନ କରିଥିଲେ । ଉତ୍ସବ ପରିସମାପ୍ତି ରେ ଶ୍ରୀଦାଶ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହିତ ପ୍ରଭୁ ଶ୍ରୀହନୁମାନଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed