August 4, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ନୁଆ ଗୁଡା ରେ ଶିକ୍ଷକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଭାବବିହୁଳ ଗ୍ରାମ ବାସି ଓ ଛାତ୍ର ଛାତ୍ରୀ

IMG-20260804-WA0016
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କ ସମ୍ପର୍କ କେବଳ ଯେ ଗୁରୁ ଶିଷ୍ୟ ରେ ସୀମିତ ରୁହେ ନାହିଁ ତାହାଠାରୁ ଅଧିକ ସନ୍ତାନ ଓ ଅଭିଭାବକ ସମ୍ପକ ମଧ୍ୟ୍ୟ ହେଇଯାଏ, ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉମରକୋଟ ମୁନସିପାଲଟି ଅନ୍ତର୍ଗତ ୱାର୍ଡ ନମ୍ବର ୬ ର ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ନୂଆଗୁଡା -୭ ଗ୍ରାମରେ, ସମ୍ପୂର୍ଣ ଭାବ ବିହ୍ୱଳ ହେଇଯାଇଥିଲା ସମ୍ପୂର୍ଣ ବିଦ୍ୟାଳୟ ଓ ଗ୍ରାମ, କାରଣ ଥିଲା ଦୀର୍ଘ ୧୦ ବର୍ଷ ରୁ ଉର୍ଦ୍ଧ ନିଜର କାର୍ଯ୍ୟ ବହୁତ ସୁନ୍ଦର ଭାବେ କରି ଗ୍ରାମର ପ୍ରତ୍ୟେକ ପରିବାର ସହ ସୁସମ୍ପର୍କ ବନାଇ , ପ୍ରତ୍ୟେକ ଛାତ୍ର ଛାତ୍ରୀ ଙ୍କୁ ନିଜର ସନ୍ତାନ ଭାବି ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଶ୍ରୀ *ସ୍ବପନ କୁମାର ବିଶ୍ୱାସ* ଙ୍କ ଚାକିରୀ ଜୀବନ ର ଶେଷ ଦିନ, ବିଦ୍ୟାଳୟ ରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଏକ ଭବ୍ୟ ସ୍ବାଗତଂ କରିବା ସହ ଗ୍ରାମ ମୁଖ୍ୟ ଲୋକ ଓ ପଲ୍ଲୀ ମଙ୍ଗଳ ସମିତି ର ସଦସ୍ୟ ମାନେ ଶିକ୍ଷକ ଙ୍କୁ ସାମ୍ନାନୀତ କରି ଶୁଭ ବିଦାୟ ସହ ଭାବବିହୁଳ ହେଇ ଶୁଭେଛା ଜଣାଇଥିଲେ, ସୂଚନା ଯୋଗ୍ୟ ଯେ ଶିକ୍ଷକ ସ୍ବପନ କୁମାର ବିଶ୍ୱାସ ୨୮.୧୧.୧୯୮୬ ରେ ପରସଲା ୟୁ.ପି. ବିଦ୍ୟାଳୟ ରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରି ୭ ଟି ବିଦ୍ୟାଳୟ ରେ କାର୍ଯ୍ୟ କରିଛନ୍ତି।

You may have missed