September 20, 2026

ଉମରକୋଟ ରେ ଶ୍ରାବଣ ସୋମବାରରେ ମାନବିକତା: ଷଣ୍ଢର ବୃଦ୍ଧିପ୍ରାପ୍ତ ଖୁର କାଟି କଷ୍ଟ ଲାଘବ କଲେ ସ୍ୱେଚ୍ଛାସେବୀ..…..

IMG-20260804-WA0006
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈରପରିଷ ଡିଏନକେ ଠାରେ ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଏକ ମାନବୀୟ ତଥା ପ୍ରଶଂସନୀୟ କାର୍ଯ୍ୟ ଦେଖିବାକୁ ମିଳିଛି। ସ୍ୱେଚ୍ଛାସେବୀମାନଙ୍କ ଦ୍ଵାରା ଶ୍ରାବଣ ମାସର ପବିତ୍ର ପ୍ରଥମ ସୋମବାର ଦିନ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଏହିପରି ଏକ ନିରୀହ ପଶୁର ସେବା କରିବା ଏବଂ ତାର କଷ୍ଟ ଦୂର କରିବା ନିଶ୍ଚିତ ଭାବରେ ସାଧୁବାଦର ଯୋଗ୍ୟ। ଦୀର୍ଘଦିନ ହେବ ଷଣ୍ଢଟିର ଖୁର ବଢ଼ିଯିବା ଯୋଗୁଁ ଚାଲିବାରେ ବହୁତ ଯନ୍ତ୍ରଣା ହେଉଥିଲା, ଅସହାୟ ଷଣ୍ଢକୁ ଉଦ୍ଧାର କରି ତାର ଖୁର କାଟିଛନ୍ତି ସ୍ଥାନୀୟ ସ୍ୱେଚ୍ଛାସେବୀ ସଦସ୍ୟମାନେ। ଯାହାକୁ ସ୍ୱେଚ୍ଛାସେବୀମାନେ ପଶୁ ଚିକିତ୍ସକ ମାନଙ୍କୁ ଡାକି ଅତ୍ୟନ୍ତ ଯତ୍ନର ସହ କାଟି ସଫା କରିଛନ୍ତି। ସୂଚନାଯୋଗ୍ୟ ଯେ, ଗୋଟିଏ ଷଣ୍ଢର ଅତ୍ୟାଧିକ ଖୁର ବଢ଼ିଯାଇ ଗୋଡ଼ରେ ବାଜୁଥିବାରୁ ସେ ସଠିକ୍ ଭାବେ ଚାଲିପାରୁ ନଥିଲା ଏବଂ ଅସହ୍ୟ ଯନ୍ତ୍ରଣା ପାଉଥିଲା। ଏହା ନଜରକୁ ଆସିବା ପରେ ସ୍ୱେଚ୍ଛାସେବୀ କର୍ମକର୍ତ୍ତାମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସଙ୍ଗଠନର ସଦସ୍ୟମାନେ ମିଳିମିଶି ଷଣ୍ଢଟିକୁ ସୁରକ୍ଷିତ

ଭାବେ କାବୁ କରିବା ସହ ସ୍ୱେଚ୍ଛାସେବୀମାନେ

ପଶୁ ଚିକିତ୍ସକ ମାନଙ୍କୁ ଡାକି ଅତ୍ୟନ୍ତ ଯତ୍ନର ସହ କାଟି ସଫା କରିଛନ୍ତି। ଖୁର କଟାଯିବା ପରେ ଷଣ୍ଢଟି ଯନ୍ତ୍ରଣାରୁ ମୁକ୍ତି ପାଇଥିବା ଦେଖିବାକୁ ମିଳିଛି। ଏହି ସ୍ବେଚ୍ଛାସେବୀ ଶ୍ୟାମ ରଜକ, ଶରତ ମାଝୀ, କୁନା ସାହୁ, ସୋନ୍ତଷ ବାରିକ,ଗୋପାଳ , ପିଣ୍ଟୁ ବାରିକ, ଶ୍ୟାମ ନନ୍ଦି , ସୁକେସ ମଣ୍ଡଲ, ଅନୁପ ବାରିକ ଏବଂ ରାଖାଲ ଦେବନାଥ ପହଞ୍ଚି ପବିତ୍ର ଶ୍ରାବଣ ମାସରେ ପ୍ରଭୁ ଶିବଙ୍କର ପ୍ରିୟ ବାହନ ବୃଷଭ (ଷଣ୍ଢ)ର ଏପରି ସେବା କରିବା ଏକ ମହତ କାର୍ଯ୍ୟ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି। ସ୍ୱେଚ୍ଛାସେବୀମାନଙ୍କର ଏହି ନିସ୍ୱାର୍ଥପର ନିରୀହ ପଶୁସେବାକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଉଛି।ଏହି ମହତ କାର୍ଯ୍ୟ ପାଇଁ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ସହରବାସୀ ଅଶେଷ ଧନ୍ୟବାଦ ଜଣାଇଛନ୍ତି।