ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟର ନାମରେ ପିସି କରବାର କୁ ନେଇ ଜନ ଅସନ୍ତୋଷ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ଶିକ୍ଷା ବିବାଗ ରେ ସ୍ଥାନୀୟ ଗୋଷ୍ଟି ଶିକ୍ଷା ଅଧିକାରୀ ଆବାସିକ ବିଦ୍ୟାଳୟ ଜଣେ ଶିକ୍ଷକଙ୍କୁ ପି ସି ମାଗିବା ଖବର ଗତ କିଛି ଦିନ ପୂର୍ବେ ସୋସିଆଲ ମିଡ଼ିଆ ଖବର ଜର ସୋର ପ୍ରସାର ହେବା ସହ ଜ଼ିଲ୍ଲା ପାଳଙ୍କ ନିର୍ଦେଶ କୁ ଖାତିର କରୁନଥିବା ଖବର ଘୁରି ବୁଲି ଥିଲା l କିନ୍ତୁ ଗୋଷ୍ଟି ଶିକ୍ଷା ବିଭାଗ କୁ ଶିକ୍ଷା ମିଳିନାହିଁ ବୋଲି ସାଧାରଣ ରେ ମୋତପ୍ରକାଶ ପାଉଛି l ତଥାପି ବର୍ତ୍ତମାନ ମଧ୍ୟ ଗୋଷ୍ଟି ଶିକ୍ଷା କାର୍ଯ୍ୟଳୟ ରେ କର୍ମଚାରି ମାନେ କୌଣସି ବିଲ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ସକାଶେ ବିନା ଲାଞ୍ଚରେ ଶିକ୍ଷକ ମାନଙ୍କ କାର୍ଯ୍ୟ କରୁନଥିବା ଶିକ୍ଷକ ମୋହଲରେ ଆଲୋଚନା ହେଉଛି l ଉକ୍ତ କାର୍ଯ୍ୟଳୟ ର ଜଣେ ଏ ବିଓ ବାବୁ ମଧ୍ୟ ପିସି ମାଗିବା ଆରମ୍ଭ କରିଥିବା ଅଭିଯୋଗ ହେଉଛି, ଏଭଳିକି ଫୋନ ପେ କିମ୍ବା ଗୁଗୁଲ ପେ ମାଧ୍ୟମରେ ନିଜ ଆକାଉଣ୍ଟ କୁ ପଠାଇବାକୁ ଶିକ୍ଷକ ମାନଙ୍କୁ ନିର୍ଦେଶ ଦେଉଥିବା ଶିକ୍ଷକ ମୋହଲରେ ଅଭିଯୋଗ ହେଉଛି l ମୁଖ୍ୟତଃ ଏହି ଅଞ୍ଚଳରେ ବିଦ୍ୟାଳୟ ମାନଙ୍କରେ ଆବଶ୍ୟକ ଶିକ୍ଷକ ଅବଭାବ ରହିଥିବା ବେଳେ ବିଦ୍ୟାଳୟ ମାନଙ୍କରେ କିଭଳି ପାଠ ପୋଡା ଯାଉଥିବ ସହଜରେ ଅନୁମେୟ କେତେକ ବିଦ୍ୟାଳୟ ରେ ଖେଲ ପଡିଆ ଅଭାବ ତ କେତେକ ବିଦ୍ୟାଳୟ ରେ ପାନୀୟ ଜଳ ସମସ୍ୟା ସହ ବିଦ୍ୟାଳୟ ମାନଙ୍କରେ ପାଚେରୀ ନାହିଁ l ଏ ଭଳି ଅନେକ ସମସ୍ୟା ରହିଥିବା ବେଳେ ଗ୍ରାମାଞ୍ଚଳ ବିଦ୍ୟାଳୟ ପରିଚାଳନା କମିଟି ର କେତେକ ଟାଉଟର ବ୍ୟକ୍ତି ମାନଙ୍କୁ ହାତ ବାରିସୀ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଟାର୍ଗେଟ କରି ଗୋଷ୍ଟି ଶିକ୍ଷା କେନ୍ଦ୍ର ରେ ଅଭିଯୋଗ କରାଯାଉଛି, ଏହାର ସୁଯୋଗ ନେଇ ଏ ବିଓ ମହାଶୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତମ ନାମରେ ଅଭିଯୋଗ ଅଛି କହି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି l ଏଭଳିକି ମଧ୍ୟାନ୍ନ ଭଜନ ର ଟଙ୍କା ଶିକ୍ଷକ ମାନେ ଉଠାଇଲେ ପି ସି ମାଗିବା ଆରମ୍ଭ କରିଥିବା ଜଣାପଡିଛି l ଗୋଟିଏ ପକ୍ଷରେ ଏତେ ବଡ଼ ବ୍ଲକରେ ଜଣେ ଏ ବିଓ,ଅଛନ୍ତି, ଅନ୍ୟ ପକ୍ଷରେ ଏହି ବ୍ଲକରେ ଶିକ୍ଷକ ମାନଙ୍କର ତିନ ଗୋଟି ସଙ୍ଗ ରହିଥିବା ବେଳେ ଉକ୍ତ ସଙ୍ଗ ମାନଙ୍କର ମୁଖିଆ ଶିକ୍ଷକ ମାନେ ଏ ବିଓ ମହାଶୟ ଙ୍କୁ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହେଉଛି l ଏହାକୁ ନେଇ ଗୋଷ୍ଟି ଶିକ୍ଷା ଅଧିକାରୀ ସ୍ୱପ୍ନେଶ୍ଵର ନାୟକ ଙ୍କୁ ଯୋଗାଜଗ କରିବାରୁ ଏ ବିଷୟରେ ମୋ ପାଖକୁ କୌଣସି ଅଭିଯୋଗ ଆସି ନାହିଁ କି କୌଣସି ଶିକ୍ଷକ ଅଭିଯୋଗ କରି ନାହାନ୍ତି ଯଦି ଏଭଳି ଅଭିଯୋଗ ନଜରକୁ ଆସେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ lକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
