ଆଜିର ଖବର..
‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬୩୦ଟି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ। ୪୦୦୦ କୋଟି ଖର୍ଚ୍ଚ ହେବ।
ରାଜ୍ୟରେ ୩୧୮ଟି ପିଜି ମେଡିକାଲ ସିଟ୍ ବଢ଼ିଲା: ସମୁଦାୟ ସିଟ୍ ସଂଖ୍ୟା ୯୩୮କୁ ବୃଦ୍ଧି।
ଆମ ବସ୍ରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ୨୫ଟି ବସ୍ରେ ଲାଗିଲା ହାଇଡ୍ରୋଲିକ୍ ରାମ୍ପ।
ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବବୋଲି କହିଲେ ସରକାର।
ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ସହଯୋଗରେ ୧୫୦୦ କୋଟି ଟଙ୍କାରେ ପୁରୀରେ ଅତ୍ୟାଧୁନିକ ‘ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍’ ହେବ।
ବାତ୍ୟାର ଭରଣା ପାଇଁ କେନ୍ଦ୍ରକୁ ୨୫୨୬ କୋଟି ମାଗିଲେ ଓଡିଶା ସରକାର।
ରାଜ୍ୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିର୍ଯାତନା ଓ ଶ୍ରମ ଆଇନ ଉଲ୍ଲଂଘନକୁ ନେଇ ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି।
ରାୟଗଡ଼ା ଟ୍ରକ୍ ମାଲିକ ସଂଘର ୬୦ କୋଟି ହେରଫେର ମାମଲା, ଇଓଡବ୍ଲୁ ସ୍କାନର୍ରେ ଭାସ୍କର ରାଓ।
ଭଦ୍ରକ ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁ ପାଖରେ ୪୦୦ ଫୁଟ ନଦୀବନ୍ଧ ବୈତରଣୀ ଗର୍ଭକୁ ଧସିଗଲା। ୨୪ଟି ଗାଁର ଲୋକେ ଆତଙ୍କିତ।
ନବରଙ୍ଗପୁରରେ ଭୂମିପୂଜାରେ ଅଟକିଛି ଜନଜାତି ଓ ଆଦିବାସୀ ସଂସ୍କୃତି ଭବନ, ୧୦କୋଟି ପଡ଼ି ରହିଛି।
ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପରେ ବିଳମ୍ବ, ୨୦୨୯ ମାର୍ଚ୍ଚକୁ ବଢ଼ିଲା ନିର୍ମାଣ ଅବଧି।
୪୫ ଦିନ ବିତିଗଲା, ଖୋଲି ପାରିଲାନି ଫୁଲବାଣୀ କଳିଙ୍ଗା ଘାଟିର ରାସ୍ତା।
ରାୟଗଡା କାଶୀପୁରରେ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ।
ରାଉରକେଲାର ୫,୧୦୦ରୁ ଅଧିକ ହାଉସିଂ ବୋର୍ଡ ଘରକୁ ଫ୍ରି’ହୋଲ୍ଡ କରିବାକୁ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି ତହସିଲଦାର।
ଜଗତସିଂହପୁରର କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତର ୪୭ ଲକ୍ଷ ଟଙ୍କା ହଡ଼ପ କରି ମହିଳା ସରପଞ୍ଚ ଓ ପୁରୁଷ ବନ୍ଧୁ ଗିରଫ। ପୂର୍ବରୁ ଜେଲ୍ ଯାଇଛନ୍ତି ନିର୍ବାହୀ ଅଧିକାରୀ।
ନୂଆପଡ଼ା ଏନଏସିରେ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲ କରି ୨୧ ଲକ୍ଷ ଟଙ୍କା ଖାଇଗଲେ ସହକାରୀ ହିସାବ ରକ୍ଷକ।
ବଲାଙ୍ଗୀର ଆଇଟିଆଇ ଅଧ୍ୟକ୍ଷ ଚାକିରି ଧମକ ଦେଇ ନେଉଥିଲେ ୩୦,୦୦୦ ଟଙ୍କା ଲାଞ୍ଚ, ଧରାପଡ଼ିଗଲେ।
ବାଲେଶ୍ବର ବାଲିଆପାଳ ମହିଳା ସବ୍ରେଜିଷ୍ଟ୍ରାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ।
ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ତନ୍ତ୍ରବିଦ୍ୟା ପାଇଁ ମଶାଣିରେ ସମାଧି ଖୋଳି ଯୁବତୀଙ୍କ ଶବ ମୁଣ୍ଡ କାଟିନେଲେ।
ମୟୁରଭଞ୍ଜ ମୋରଡ଼ାରେ ଆନ୍ତରାଜ୍ୟ ଟ୍ରାନ୍ସଫର୍ମର ଚୋର ଗ୍ୟାଙ୍ଗର ୩ ଗିରଫ।
🇳🇪
ଅଗ୍ନିପଥ ଯୋଜନାରେ ପରିବର୍ତ୍ତନ କେବଳ କାର୍ଯ୍ୟରତ ଅଗ୍ନିବୀରଙ୍କ ପାଇଁ, ନୂଆ ନିଯୁକ୍ତିରେ ୪ ବର୍ଷିଆ ସେବା ଅବଧି 77 ଜାରି ରହିବ।
ଜେଏସ୍ଏସ୍ସି-ସିଜିଏଲ୍ ପରୀକ୍ଷା ବାତିଲ୍ ନିଷ୍ପତ୍ତି ରଦ୍ଦ କଲେ ଝାଡ଼ଖଣ୍ଡ ହାଇକୋର୍ଟ। ପଦକ୍ଷେପକୁ ‘ଅନ୍ୟାୟ ଓ ଅଯୌକ୍ତିକ’ କହିଲେ ଅଦାଲତ।
ଆନ୍ଧ୍ର ଉପକୂଳରେ ଦୁର୍ଘଟଣା, ଡଙ୍ଗା ବୁଡ଼ି ୭ ମତ୍ସ୍ୟଜୀବୀ ମୃତ।
SIR ଚିଠା ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କୁ ଆଉ ଏକ ସୁଯୋଗ; ୭ ରାଜ୍ୟରେ ପୁଣି ଦାଖଲ ହେବ ଗଣନା ଫର୍ମ।
ଧନତେରସରେ ଦର ହ୍ରାସ: ସୁନା ୩ ହଜାର ଓ ରୁପା ୫ ହଜାରରୁ ଅଧିକ ହେଲା ଶସ୍ତା।
ଝାଡଖଣ୍ଡ ଆଦିବାସୀ ନେତ୍ରୀ ନିଶା ଭଗତ ଶେଷରେ ନିଜ ଜୀବନ ହାରିଦେଇଛନ୍ତି।
ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ମନ୍ତବ୍ୟ ପାଇଁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ମାମଲା, ଡିସେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି।
ଦୀପାବଳି ପୂର୍ବରୁ ସାଂଘାତିକ ପ୍ରଦୂଷଣ, ଦିଲ୍ଲୀ ଏନ୍ସିଆର୍ରେ ‘ଗ୍ରାପ୍-୩’ ଲାଗୁ।
ମକ୍କା ଚୁକ୍ତିକୁ ନେଇ ଅଡ଼ୁଆରେ ତୁର୍କୀରେ ଏର୍ଡୋଗାନ୍, ସରକାରଙ୍କୁ ଘେରିଲେ ବିରୋଧୀ ସାଂସଦ
ପାକିସ୍ତାନରେ ସ୍କୁବା ଡାଇଭିଂ ଓ ଯୁଦ୍ଧକାଳୀନ ପହଁରା ଅଭ୍ୟାସ କରୁଛନ୍ତି ଆତଙ୍କବାଦୀ।
🏏⚽🚴🏾♂️
ଜାତୀୟ ସ୍ତରୀୟ ୧୭ ବର୍ଷରୁ କମ ମହିଳା କ୍ରିକେଟ୍ ଦଳରେ ସ୍ଥାନ ପାଇଲେ ମୟୁରଭଞ୍ଜ ଝିଅ ମନପ୍ରୀତ ମହାନ୍ତ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ବର୍ଷା ବାଧକ ସାଜିପାରେ।
ଯୁବ ଅଲିମ୍ପିକ୍ସରେ ଏସିଆ ଦଳ ପକ୍ଷରୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତର ଶ୍ରେଷ୍ଠ ରାଜୁ ମଣ୍ଟେନା।
=================
ଜାତୀୟ କ୍ୟାନସର ସଚେତନତା ଦିବସ
ଶିଶୁ ସୁରକ୍ଷା ଦିବସ
ଆଜି ଜନ୍ମଦିନ: ମେରୀ କ୍ୟୁରି (ବୈଜ୍ଞାନିକ), ସଂଗ୍ରାମୀ ବିପିନ ପାଲ, ବୈଜ୍ଞାନିକ ସିଭି ରମନ, କମଲ ହାସାନ, ଅନୁଷ୍କା ସେଟ୍ଟୀ, କିରଣ ରାଓ, ନନ୍ଦିତା ଦାସ (ଅଭିନେତ୍ରୀ), ସୁନନ୍ଦା ପଟନାୟକ (ଗାୟିକା, ବଡମ୍ବା), ବିଜୟ ମହାପାତ୍ର (ନେତା), ଅଂଶୁମାନ ମହାନ୍ତି (ନେତା, ରାଜନଗର), ନିଲମ ସଂଜୀପ ଜେସ (ହକି, ସୁନ୍ଦରଗଡ)
ଆଜି ତିରୋଧାନ: ବାହାଦୂର ଶାହ ଜାଫର
ଇତିହାସରେ ଆଜି: (୧୮୭୬) ବଙ୍କିମ ଚନ୍ଦ୍ରଙ୍କ ଦ୍ଵାରା ବନ୍ଦେ ମାତରମ ସଙ୍ଗୀତ ପ୍ରସ୍ତୁତ/ (୧୯୭୨) ଭାରତର ଉତ୍ତର ପୂର୍ବାଞ୍ଚଳ ପରିଷଦ ଗଠିତ
==================================
