ପଡ଼ିଆରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ପଡ଼ିଆ, ୬/୧୧: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ପଡ଼ିଆ ଠାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ରେ ହଜାର ହଜାର ଦଳୀୟ କର୍ମୀ, ନେତା ଓ ସମର୍ଥକମାନେ ଉତ୍ସାହର ସହ ସାମିଲ ହୋଇଥିଲେ । ଦଳର ମୂଳନୀତି ଓ ଜନକଲ୍ୟାନକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ସହ ସାଧାରଣ ଲୋକଙ୍କ ସହ ସମ୍ପର୍କ ସୁଦୃଢ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ଅନ୍ୟ ଦଳରୁ ୨୫୦ରୁ ଉର୍ଦ୍ଧ ନୂତନ ସଦସ୍ୟ ମାନେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ,
ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ , ଜିଲ୍ଲା ପରିଷଦ ସଭ୍ୟା ସୁରଭି ଭୈ।ମିକ, ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦେବେ ମାଡ଼ି, ମାଲକାନଗିରି ବିଜେଡି ସମ୍ପାଦକ ଏନ୍ ନୁକାଲ ରାଜୁ , ପଡ଼ିଆ ବ୍ଳକ ବିଜେଡି ସଭାପତି ମେଶାକ ରବି ମାଦ୍ରି, ପଡ଼ିଆ ପଞ୍ଚାୟତ ସମିତି ଉପାଧ୍ୟକ୍ଷ କଲ୍ୟାଣ ବିଶ୍ଵାସ ,ବିଜେଡି ସଂଖ୍ୟାଲଘୁ ସେଲ୍ ଜିଲ୍ଲା ସଭାପତି ରାଜେନ୍ଦ୍ର ଖସଲା ,ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ, ଜିଲ୍ଲା ବିଜୁ ମହିଳା ସାଧାରଣ ସମ୍ପାଦିକା ପ୍ରଶାନ୍ତି ଲତା ବିଶୋଇ , ପଡ଼ିଆ ସରପଞ୍ଚ ଗଙ୍ଗା କାରାମ୍, ମାଟେରୁ ସରପଞ୍ଚ ଲଛମନ ମାଡକାମି, କାଲଦାପାଲ୍ଲୀ ସରପଞ୍ଚ ସରିତା କୁଞ୍ଜାମି ପ୍ରମୁଖ ଉପସ୍ଥିତ ଥିଲେ ।
