September 15, 2026

ଗଜପତି:- ଗୋଷ୍ଠୀ ଜଙ୍ଗଲ ସମ୍ଭଳ ପରିଚାଳନା ପାଇଁ ମହିଳା ନେତ୍ରୀଙ୍କ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20251218-WA0043
Share

 

ଜଙ୍ଗଲ ସମ୍ଭଳ ଉପରେ ନିର୍ଭର କରି ଚଳୁଥିବା ଲୋକ ମାନଙ୍କ ମଧ୍ୟରେ ଜଙ୍ଗଲ ସମ୍ଭଳ ସଂଗ୍ରହ , ବିକ୍ରି ଓ ପ୍ରକ୍ରିୟାକରଣ କାର୍ଯ୍ୟରେ ମହିଳା ମାନଙ୍କ ଅଂଶଗ୍ରହଣ ସବୁଠାରେ ଅଧିକ । ଏମିତିକି , ଜଙ୍ଗଲ ସମ୍ଭଲ କ୍ଷୟ ହେବା ଦ୍ବାରା ମହିଳା ମାନେ ରୋଜଗାର ହରାଇ ବସିବା ସହ ପରିବାର ଚଳାଇବାରେ ସେମାନଙ୍କ ଯୋଗଦାନ କ୍ରମେ କ୍ରମେ ହ୍ରାସ ହୋଇ ପଡ଼ିଥାଏ ।

ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ରାଜ ସିତାପୁରର ଅନ୍ତର୍ଗତ ଆଲୁରୀ ନଗର ସ୍ଥିତ ସେଞ୍ଚୁରିଅନ ୟୁନିଭରସିଟି କ୍ୟାମ୍ପସରେ ଥିବା ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲାର ଅଗ୍ରଣୀ ତଥା କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ “ମହିଳା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଜଙ୍ଗଲ ସମ୍ଭଳର ସୁରକ୍ଷା ଓ ପରିଚାଳନା ପାଇଁ ମହିଳା ନେତ୍ରୀ ମାନଙ୍କର ଏକ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ରାୟଗଡ଼ , ଗୋଷାଣୀ ଏବଂ

ରା: ଉଦୟଗିରି ବ୍ଲକରୁ ୧୫ ଜଣ ଜଙ୍ଗଲ ପରିଚାଳନା କମିଟିର ସଭ୍ୟ ଓ ନେତ୍ରୀ ମାନେ ଯୋଗ ଦେଇଥିଲେ ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟତଃ ଜଙ୍ଗଲ ଓ ଜଙ୍ଗଲ ସମ୍ଭଳ ସୁରକ୍ଷାର ଗୁରୁତ୍ଵ ଓ ଏହାର ପରିଚାଳନାରେ ମହିଳା ମାନଙ୍କ ଅଂଶଗ୍ରହଣ କରିବାର ଆବଶ୍ୟକତା ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରା ଯାଇଥିଲା ।

ଏଥି ସମେତ ଜଙ୍ଗଲ ଜମି ଅଧିକାର ଆଇନରେ ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇଥିବା ଗ୍ରାମ ଗୁଡିକରେ ରହିଥିବା ଜଙ୍ଗଲ ଗୁଡ଼ିକର ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି । ଏଣୁ ସେହି କମିଟିରେ ମହିଳା ମାନଙ୍କ ଭାଗିଦାରୀ କିପରି ରହିବ ଏବଂ ଗ୍ରାମର ମହିଳା ମାନେ କିଭଳି ଆଗଭର ହୋଇ ସେମାନେ ଗୋଷ୍ଠୀ ଜଙ୍ଗଲକୁ ସୁରକ୍ଷିତ ରଖିବେ , ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରା ଯାଇଥିଲା ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମ୍ଭଳ ବ୍ୟକ୍ତି ଭାବେ ଭୁବନେଶ୍ୱର ସ୍ଥିତ ଏଫ:ଇ:ଏସ: ସଂସ୍ଥାର ଶ୍ରୀ ବିରଞ୍ଚି ପାଇକରାୟ ଯୋଗ ଦେଇ ଜଙ୍ଗଲ ସୁରକ୍ଷାର ବିଭିନ୍ନ କୌଶଳ ଉପରେ ମହିଳା ମାନଙ୍କୁ ଶିକ୍ଷା ଦେଇ ସଚେତନ କରାଇଥିଲେ ।

ଏହି ପ୍ରଶିକ୍ଷଣ ଶିବିରର ସମସ୍ତ କାର୍ଯ୍ୟକ୍ରମକୁ “ମହିଳା ବିକାଶ ପ୍ରତିଷ୍ଠାନ” ସଂସ୍ଥାର ସମ୍ପାଦିକା ଶ୍ରୀମତୀ ମିନତି ପାଢୀ ଏବଂ ତାଙ୍କ ସହଯୋଗୀ ଶ୍ରୀ ସନ୍ୟାସୀ ଭୂୟାଁ ପରିଚାଳନା କରିଥିବା ବେଳେ ଶ୍ରୀମତୀ ନିର୍ମଳା ପଟ୍ଟନାୟକ ଓ ରଶ୍ମିରେଖା ଭଦ୍ର ପ୍ରମୁଖ ସହଯୋଗ କରିଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————

You may have missed