ସାଇକ୍ଲୋନିକ ଷ୍ଟ୍ରୋମ କୁ ନେଇ ଚିନ୍ତାରେ ଚାଷୀ !!!

କୋଲନରା :- (ଉ.ଖ)ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ର ଚାଷୀମାନେ ବର୍ତ୍ତମାନ ଆସୁଥିବା ବାତ୍ୟା ର ଖବର ଗଣ ମାଧ୍ୟମରେ ଦେଖି ଭାଙ୍ଗି ପଡ଼ିଥିବା କହିଛନ୍ତି ।ବର୍ତ୍ତମାନ ଚାଷ ଜମିରେ ବିଭିନ୍ନ ପ୍ରକାର ଫସଲ ଲଗେଇ ବର୍ଷକର ଖାଦ୍ୟପେୟ ଆଦାୟ କରିବା ପାଇଁ ଯତ୍ନ କରି ଫସଲ ଅମଳ ହେବା ପର୍ଯ୍ୟନ୍ତ ସବୁ ପ୍ରକାର ସେବା କରି ଗଛ ମାନଙ୍କୁ ଭଲ ଭାବରେ ଲାଳନ ପାଳନ କରି ଥିବା ବେଳେ ଏହି ବାତ୍ୟା ର ଭୟରେ ଆଶା ବିଶ୍ୱାସ ହରେଇବା ଭଳି ଲାଗୁଛି ବୋଲି ଚାଷୀମାନେ କହିଛନ୍ତି । ବିଭିନ୍ନ ଗଣ ମାଧ୍ୟମ ରେ ୧୯୯୯ ମସିହାରେ ଯେଉଁ ଭଳି ବାତ୍ୟା ହୋଇ ଥିଲା ସେହି ଭଳି ହୋବ ମାନେ ଜୀବନ କୁ ପାଣି ଟେକି ଦେବା କଥା ବୋଲି ଚାଷୀ କୂଳ କହିଛନ୍ତି ।ଏହି ବାତ୍ୟା ହେବା ପୂର୍ବରୁ ଜିଲ୍ଲା ପ୍ରଶାସନ କିଛି ପଦକ୍ଷେପ ନେଇ କୋଉ ଚାଷୀ କେତେ ଫସଲ କରିଛନ୍ତି ତାକୁ ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଅନୁରୋଧ କରିଛନ୍ତି ।
