September 18, 2026

କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର 

hand
Share

 

 

ବରପାଲି – ୧୮/୯(ସୁଦାମ ଦୀପ ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାଗବାଡି ଗ୍ରାମରେ ଏକ ଦୁଃଖଦ ଘଟଣାରେ କେନାଲରେ ବୁଡ଼ିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ମୃତ ଜଣକ ହେଲେ ବାଗବାଡି ଗ୍ରାମର ବାସୁ ମେହେର ( ୭୧ )ବର୍ଷ ନାମକ ଜଣେ ବୃଦ୍ଧ ଆଜି କେନାଲକୁ ସୌଚ ପାଇଁ ଯାଇ ଥିବା ବେଲେ ପାଣିରେ ଗୋଡ ଖସି ଯିବାରୁ ବୁଡି ମୃତ୍ୟୁବରଣ କରିଥିଲେ l କେନାଲରେ ଭାସି ଭାସି ଯାଇ ଭୁଏଟିକ୍ରାର କେନାଲରେ ଅଟକିଥିବା ବେଲେ ଖବରପାଇ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଖବରପାଇ ରାଜସ୍ବ ବିଭାଗ ଏଂବ ବରପାଲି ପହଞ୍ଚି ତଦନ୍ତ କରୁଛନ୍ତି।