September 17, 2026

ଝଙ୍କଡ଼ ସାରଳାପୀଠରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଙ୍କ 76 ତମ ଜନ୍ମଦିନ ଉପଲକ୍ଷେ ସମୂହ ଦୀପଦାନ

IMG-20260917-WA0145
Share

ବିକଶିତ ଭାରତ ଗଠନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଜୀ ଙ୍କ 76 ତମ ଜୟନ୍ତୀ ଉପଲକ୍ଷେ ଗତ ବିଶ୍ୱକର୍ମାପୂଜା, କନ୍ୟାସଂକ୍ରାନ୍ତି ଗୁରୁବାର ଦିନ ସନ୍ଧ୍ୟାରେ, ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ସିଂହଦ୍ୱାର ସମ୍ମୁଖରେ, ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା ପୂର୍ବକ ସମୂହଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ବିଜେପି ର ସଭାପତି ପ୍ରତାପ କୁମାର ମିଶ୍ର ଙ୍କ ସହିତ ଶତାଧିକ ବିଜେପି କର୍ମକର୍ତ୍ତା ଓ ସଦସ୍ୟମାନେ ମାଆଙ୍କୁ ପୂଜାର୍ଚ୍ଚନା , ଦୀପଦାନ ଓ ବେଢା ପରିକ୍ରମା କରିବାପରେ, ସିଂହଦ୍ୱାର ସମ୍ମୁଖରେ ପଦ୍ମାକୃତି ମୁରୁଜ ସଜା ଉପରେ ଦୀପଦାନ କରାଯାଇଥିଲା l ସାରଳାମଣ୍ଡଳ ସଭାପତି ଶୁଭ୍ରକାନ୍ତ ରଣା ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କୃଷକମୋର୍ଚ୍ଚା ର ସମ୍ପାଦକ ଅଶୋକ କୁମାର ମହାନ୍ତି, ସାରଳା ମଣ୍ଡଳ ପ୍ରଭାରୀ ସରୋଜକାନ୍ତ ସ୍ୱାଇଁ, ଜିଲ୍ଲା ସମ୍ପାଦକ ରୂପକ ଖୁଣ୍ଟିଆ, ରଘୁନାଥପୁର ମଣ୍ଡଳ ସଭାପତି ଗଗନ ବିଶ୍ୱାଳ,ତିର୍ତ୍ତୋଲ ମଣ୍ଡଳ ସଭାପତି ତ୍ରିନାଥ ବାରିକ, ବିକ୍ରମ ଜେନା, ଆନନ୍ଦ ମହାନ୍ତି, ବିରିତୋଳ ପଞ୍ଚାୟତ ସଭାପତି ସ୍ବପ୍ନସରିତ ପରିଡା, ଲୋକନାଥ ସ୍ୱାଇଁ, ଯୁବମୋର୍ଚ୍ଚା ସଭାପତି ବସନ୍ତ ସାହୁ, ତିର୍ତ୍ତୋଲ ଯୁବନେତା ସୌମ୍ୟ ମିଶ୍ର, ଅଗ୍ନିକାନ୍ତ ସାହୁ, ପ୍ରଶାନ୍ତ ବେହେରା, ନଚିକେତା ଦାଶ, ସୌଦାମିନୀ ସାହୁ, ଅଜିତ ସିଂହ, ପ୍ରମୋଦ ମହାରଣା, ପ୍ରଭାତ ସାହାଣୀ, ସୁର ମହାରଣା, ଚନ୍ଦନ ବାରିକ, ବଳରାମ ଆଚାର୍ଯ୍ୟ, ଆକାଶ ମଲ୍ଲିକ ଓ ସତ୍ୟବ୍ରତ ହୋତା ପ୍ରମ୍ମୁଖ ଶତାଧିକ ବିଜେପି କର୍ମୀ ଓ ପ୍ରେମୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed