ପାଙ୍ଗାମ ପୋଲ ଉପରେ ବନ୍ୟାପାଣି ! ମାଲକାନଗିରି-ଜୟପୁର ରାସ୍ତା ଠପ୍ ..
ମାଲକାନଗିରି
( ଦେବାଶିଷ ଦାଶ )
ମାଲକାନଗିରିରେ ଲଗାଣ ବର୍ଷାର ପ୍ରଭାବ । ପାଙ୍ଗାମ ପୋଲ ଉପରେ ଚାଲିଛି ବନ୍ୟାପାଣି । ମାଥିଲିର ପାଙ୍ଗାମ ପୋଲ ଉପରେ ପ୍ରାୟ ଫୁଟେ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି-ଜୟପୁର ମୁଖ୍ୟରାସ୍ତାରେ ଯାତାୟାତ ଠପ୍ ହୋଇପଡ଼ିଛି । ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ୱରେ ଅନେକ ଯାନବାହାନ ଅଟକି ରହିଛି । ସ୍କୁଲକୁ ଯାଉଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ବିଭିନ୍ନ କାମରେ ବାହାରିଥିବା ସ୍ଥାନୀୟ ଲୋକେ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି
ରହିଛନ୍ତି । ବଡ଼ କଥା ହେଉଛି, ପାଙ୍ଗାମ ପୋଲଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ପାଣି ଚାଲୁଥିବା ସମୟରେ ଏହା ଉପରେ ଯାତାୟାତ ନକରିବାକୁ ପୁଲିସ ପକ୍ଷରୁ ସତର୍କ କରାଯାଇଛି । ପାଣିର ସ୍ରୋତକୁ ଅଣଦେଖା କରି ପୋଲ ପାର୍ ହେବାକୁ ଚେଷ୍ଟା କଲେ ବିପଦ ଘଟିବାର ଆଶଙ୍କା ରହିଛି ।
