September 16, 2026

ସ୍ୱାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ

IMG-20260916-WA0108
Share

 

 

ଅତାବିରା ( ଦେବାଶିଷ ଦାଶ )

 

ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧୀନ ଅମ୍ଳିପାଲି ପଞ୍ଚାୟତର ଗଡ଼ତିଆଟିକ୍ରା ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସ୍ତ୍ରୀଙ୍କୁ ସ୍ୱାମୀ ମାଡ଼ ମାରିବା ଫଳରେ ତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ଭାଗ୍ୟବତୀ ଖଡ଼ିଆ। ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ରାଜକୁମାର ଖଡ଼ିଆ ତାଙ୍କୁ ମାଡ଼ ମାରିଥିଲେ। ଏହାପରେ ଭାଗ୍ୟବତୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଘଟଣା ସମ୍ପର୍କରେ ଖବର ପାଇ ଅତାବିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ନେଇ ପୁଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ମିଳିବ.