ରେମୁଣା ବ୍ଳକ ଦକ୍ଷିଣ ଜୋନର ଖେଳ ଓ ଦୌଡ଼ କୁଦ ପ୍ରତିଯୋଗିତା…
ବାଲେଶ୍ବର ( )
ରେମୁଣା ବ୍ଲକ ଦକ୍ଷିଣ ଜୋନ ଅନ୍ତର୍ଗତ ଶେରଗଡ଼, ଛଣପୁର, ଆର୍ମଳା, ବେଗମପୁର ଆଦି ଶିକ୍ଷା କ୍ଲଷ୍ଟରର ଖେଳ ଓ ଦୌଡ଼ କୁଦ ପ୍ରତିଯୋଗିତା ନରହରିପୁରଠାରେ ଅନୁଷ୍ଠିତ ହୋଇଯାଇଛି। ହରେକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶ୍ୱିନୀ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥିଭାବେ ପୂର୍ବତନ ସରପଞ୍ଚ ତଥା ବିଦ୍ୟାଳୟ ସଭାପତି ଅନିରୁଦ୍ଧ ଲେଙ୍କା, ସମ୍ମାନନୀୟ ଅତିଥି କାଉନସିଲର କୁନ୍ତଳା ତରେଇ, ସିଆରସିସି ଜିଷ୍ଣୁ ମହାରଣା, ବିଦ୍ୟାଳୟ କମିଟି ସଭ୍ୟ ରବିନାରାୟଣ ପତି, ସଭ୍ୟା ଜୟନ୍ତୀ ପାତ୍ର, ଏସଏମସି ଅଧ୍ଯକ୍ଷ ସରୋଜ ନାୟକ, ପର୍ଶୁରାମ ଶାସମଲ, ନରହରିପୁର ନୋଡାଲ ସ୍କୁଲର ପ୍ରଧାନଶିକ୍ଷ ସୋମନାଥ ସିଂ ଆଦି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଖେଳ ପାଇଁ ଉତ୍ସାହିତ କରିଥିଲେ। ଗଜେନ୍ଦ୍ର ପାଣିଗ୍ରାହୀ, ରଙ୍ଗଲତା ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ବିଜୟ କୁମାର ଷଡ଼ଙ୍ଗୀ ସ୍ବାଗତ ବନ୍ଦନା ଗାନ କରିଥିଲେ। ପ୍ରିୟବ୍ରତ ଦେ ଧନ୍ୟବାଦ ଦେଇଥିଲେ। ପିଲାଙ୍କ ମଧ୍ୟରେ ଫୁଟବଲ୍, କବାଡ଼ି, ଖୋ ଖୋ, ଜେଭଲିନ୍, ଉଚ୍ଚଡିଆଁ, ଲମ୍ବଡିଆଁ, ଡିସକସ୍ ଆଦି ଖେଳ ଅନୁଷ୍ଠିତ ହୋଇଥିଲା। ଶତାଧିକ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ଶିକ୍ଷକ ସୁଶାନ୍ତ ମହାପାତ୍ର, ଅପୂର୍ବ ଖୁଣ୍ଟିଆ, ପ୍ରମିଳା ବାରିକ, ପ୍ରିୟଙ୍କା ଲେଙ୍କା, ବିମଳ ବେହେରା, କମଳାକାନ୍ତ ବାରିକ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।
