କେନ୍ଦୁପଦର କ୍ଲଷ୍ଟର୍ ସ୍ତରୀୟ ଶିକ୍ଷା ସଭା
ଗାଙ୍ଗପୁର,୧୫/୦୧,ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମ ପଂଚାୟତର କେଶରାପଲ୍ଲୀ ଗ୍ରାମରେ କେନ୍ଦୁପଦର କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ସିଆରସିସି ରଂଜିତା ପାତ୍ରଙ୍କ ଅଧ୍ୟକ୍ଷତା ରେ ପ୍ରଧାନ ଶିକ୍ଷୟତ୍ରୀ ରୀତା ବେହେରାଙ୍କ ସଭାପତିତ୍ୱରେ ସରପଞ୍ଚ ସବିତା ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ!ଏହି କାର୍ଯ୍ୟକ୍ରମ ନିମନ୍ତେ କ୍ଲଷ୍ଟରର ପ୍ରଧାନଶିକ୍ଷକ ଜୟରାମ ବେହେରା, ଅଳକା ପଣ୍ଡା, ରାଜେନ୍ଦ୍ର ପ୍ରଧାନ,ଦ୍ବିତିକୃଷ୍ଣ ବେହେରା, ବଂଶୀଧର ପରିଡା,ପ୍ରିୟଦର୍ଶିନୀ ନାୟକ,ବସନ୍ତ ପାତ୍ର, ନାରାୟଣ ସ୍ୱାଇଁ, ଆମ୍ବପୁଆ,ପରମାନନ୍ଦ ଯାନୀ ଖୁକୁଣ୍ଡିଆ, ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ପ୍ରଭାକର ବିଷୋୟୀ, ପ୍ରଦୀପ ସାହୁ, ବିଦ୍ୟାଧର ସାହୁ, ମନୋଜ ତ୍ରିପାଠୀ, ଦିଗାମ୍ବର ପ୍ରଧାନ,ବନ୍ଦନା ମହାରଣା, ମନୋଜ ଗୌଡ଼,ଅନିତା ପ୍ରଧାନ,ଓ ଶଶିକଳା ବିଷୋୟୀ,ଅଙ୍ଗନବାଡି କର୍ମୀ, ସୋମନାଥ ସାହୁ, ସ୍ୱାସ୍ଥ୍ୟ କର୍ମୀ ବାଲିଶିରା ଏବଂ କିଛି ଦୀର୍ଘ ଅନୁପସ୍ଥିତ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ!ଆଜିର ମୁଖ୍ୟ ଆଲୋଚ୍ୟ ବିଷୟ ମଧ୍ୟରେ ଆଦୌ ନାମ ନ ଲେଖାଇଥିବା ପିଲା ଓ ପାଠ ପଢି ରହିଯାଇଥିବା ପିଲା ନିକଟସ୍ଥ ବିଦ୍ୟାଳୟ ରେ ନାମ ଲେଖାଇବା ଓ 14ରୁ 18ବର୍ଷ ପିଲାଙ୍କୁ ହରିହର ଉଚ୍ଚ ବିଦ୍ୟାଳୟ ଠାରେ ଖୋଲିଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟ ରେ ନାମ ଲେଖାଇବା କାମ ଗୁଡିକରେ ଅଭିଭାବକ ମାନଙ୍କୁ ସଚେତନ କରିବା ଅତି ଜରୁରୀ ବୋଲି ସି ଆରସିସି ରଂଜିତା ପାତ୍ର ଓ ସମାଜସେବୀ କାଁହୁ ଚରଣ ସ୍ୱାଇଁ ବକ୍ତବ୍ୟ ରଖିଥିଲେ!ପରିଶେଷରେ କାର୍ଯ୍ୟକ୍ରମ କୁ ଅଶୋକ ଜେନା ମହୋଦୟ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ I
