August 3, 2026

କୃଷ୍ଣାନନ୍ଦପୁର କଂଗ୍ରେସର ସାଂଗଠନିକ ବୈଠକ, ମହମ୍ମଦ ଇସ୍ମାଇଲ ନୂତନ ପଞ୍ଚାୟତ ସଭାପତି ଭାବେ ମନୋନୀତ…..

IMG-20260803-WA0001
Share

 

ତିର୍ତୋଲ , ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଗ୍ରାମ ପଞ୍ଚାୟତ ଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ କଂଗ୍ରେସ ସାଂଗଠନିକ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦଳର ତୃଣମୂଳ ସ୍ତରର ସଂଗଠନକୁ ସୁଦୃଢ଼ କରିବା ସହ ଆଗାମୀ କାର୍ଯ୍ୟ କ୍ରମକୁ ନେଇ ବ୍ୟାପକ ଆଲୋଚନା କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦେବପ୍ରସାଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ସଫି ଆଜାମଙ୍କ ଉପସ୍ଥିତିରେ ମହମ୍ମଦ ଇସ୍ମାଇଲ ( ବାଦଶାହ ) ଙ୍କୁ କୃଷ୍ଣାନନ୍ଦପୁର ଗ୍ରାମ ପଞ୍ଚାୟତ କଂଗ୍ରେସ କମିଟିର ନୂତନ ସଭାପତି ଆନୁଷ୍ଠାନିକ ଭାବେ ଦାୟିତ୍ୱ ପ୍ରଦାନ କରା ଯାଇଥିଲା । ନୂତନ ସଭାପତିଙ୍କୁ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିବା ସହ ତାଙ୍କ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଥିଲେ । ବୈଠକରେ ଉପସ୍ଥିତ ନେତା, କର୍ମକର୍ତ୍ତା ଓ କର୍ମୀମାନେ ସଂଗଠନକୁ ଗ୍ରାମ ସ୍ତରରେ ଆହୁରି ସକ୍ରିୟ କରିବା, ସାଧାରଣ ଲୋକଙ୍କ ସମସ୍ୟା ଓ ଅଧିକାର ପାଇଁ ସଂଗଠିତ ଭାବେ ସ୍ୱର ଉତ୍ତୋଳନ କରିବା ଏବଂ କଂଗ୍ରେସର ନୀତି, ଆଦର୍ଶ ଓ ବିଚାର ଧାରାକୁ ଘରେ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ସାଂଗଠନିକ ବୈଠକ କୃଷ୍ଣାନନ୍ଦପୁର ଅଞ୍ଚଳରେ କଂଗ୍ରେସ ଦଳର ସଂଗଠନ କୁ ନୂଆ ଦିଗ ଦେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି ।      ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )