ପ୍ରେସ ନୋଟ୍ଅର୍ଣ୍ଣବ ବାତ୍ୟାର ୧୫ ଦିନ ପରେ ବି ବିପନ୍ନଙ୍କ ପାଖରେ ପହଞ୍ଚିନି ରିଲିଫ୍!
ସରକାରୀ ଘୋଷଣା ନୁହେଁ, ବାସ୍ତବ ସହାୟତା ଓ ପୁନର୍ବାସ ଦାବି କଲା ସିପିଆଇ (ଏମ୍-ଏଲ୍) ରେଡଷ୍ଟାରଅର୍ଣ୍ଣବ ବାତ୍ୟାର ଭୟାବହ ପ୍ରଭାବରେ ଓଡ଼ିଶାର ହଜାର ହଜାର ପରିବାରଙ୍କ ଘରଦ୍ୱାର, ଚାଷଜମି, ବ୍ୟବସାୟ ଓ ଜୀବିକା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ବାତ୍ୟାର ୧୫ ଦିନ ପରେ ମଧ୍ୟ ଅନେକ ବିପନ୍ନ ପରିବାର ସରକାର ଘୋଷଣା କରିଥିବା ସର୍ବନିମ୍ନ ରିଲିଫ୍ରୁ ବଞ୍ଚିତ ଅଛନ୍ତି। ସରକାରୀ ପ୍ରଚାରରେ ରିଲିଫ୍ ବଣ୍ଟନର ସଫଳତା ଦେଖାଯାଉଥିବା ବେଳେ ବାସ୍ତବରେ ବିପନ୍ନ ଲୋକଙ୍କ ଦୁର୍ଦ୍ଦଶା ଜାରି ରହିଛି।ସରକାର ଘୋଷଣା କରିଥିବା ପ୍ରତି ପ୍ରଭାବିତ ପରିବାରକୁ ୨,୫୦୦ ଟଙ୍କା ଓ ୫୦ କେଜି ଚାଉଳ କେତୋଟି ପଞ୍ଚାୟତରେ ବଣ୍ଟନ ହୋଇଛି, କେତେ ପରିବାର ପାଇଛନ୍ତି ଏବଂ କେତେ ପରିବାର ବଞ୍ଚିତ ଅଛନ୍ତି, ସରକାର ତାହାର ପଞ୍ଚାୟତୱାରୀ ହିସାବ ସାର୍ବଜନୀନ କରନ୍ତୁ।ବିଶେଷକରି କ୍ଷତିଗ୍ରସ୍ତ କୃଷକ, ଭାଗଚାଷୀ, ଭୂମିହୀନ ଶ୍ରମଜୀବୀ, ଛୋଟ ବ୍ୟବସାୟୀ, ଉଠାଦୋକାନୀ ଓ ମତ୍ସ୍ୟଜୀବୀଙ୍କ ଜୀବିକା ଗୁରୁତର ସଙ୍କଟରେ ପଡ଼ିଛି। ଜମି ମାଲିକାନା କାଗଜପତ୍ର ନଥିବା ଆଳରେ ଭାଗଚାଷୀ ଓ ଭୂମିହୀନଙ୍କୁ କ୍ଷତିପୂରଣରୁ ବଞ୍ଚିତ କରାନଯାଉ। ସେମାନଙ୍କ ବାସ୍ତବ କ୍ଷୟକ୍ଷତି ଆଧାରରେ ସ୍ୱତନ୍ତ୍ର କ୍ଷତିପୂରଣ ଓ ଜୀବିକା ପୁନରୁଦ୍ଧାର ପ୍ୟାକେଜ୍ ଘୋଷଣା କରାଯାଉ।ସିପିଆଇ (ଏମ୍-ଏଲ୍) ରେଡଷ୍ଟାର ସରକାରଙ୍କ ନିକଟରେ ନିମ୍ନଲିଖିତ ଦାବି ଉପସ୍ଥାପନ କରୁଛି।ଆମର ଦାବି:୧. ପ୍ରତ୍ୟେକ ପ୍ରଭାବିତ ପରିବାରକୁ ଘୋଷିତ ୨,୫୦୦ ଟଙ୍କା ଓ ୫୦ କେଜି ଚାଉଳ ତୁରନ୍ତ ପ୍ରଦାନ କରାଯାଉ।୨. ପଞ୍ଚାୟତୱାରୀ ରିଲିଫ୍ ବଣ୍ଟନ, କ୍ଷୟକ୍ଷତି ଓ ଖର୍ଚ୍ଚର ସମ୍ପୂର୍ଣ୍ଣ ହିସାବ ସାର୍ବଜନୀନ କରାଯାଉ।୩. କୃଷକ, ଭାଗଚାଷୀ ଓ ଭୂମିହୀନଙ୍କୁ ବାସ୍ତବ କ୍ଷୟକ୍ଷତି ଆଧାରରେ ତୁରନ୍ତ କ୍ଷତିପୂରଣ ଦିଆଯାଉ।୪. କ୍ଷତିଗ୍ରସ୍ତ ଛୋଟ ବ୍ୟବସାୟୀ, ମତ୍ସ୍ୟଜୀବୀ ଓ ଦିନମଜୁରିଆଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଓ ଜୀବିକା ପୁନରୁଦ୍ଧାର ପ୍ୟାକେଜ୍ ଘୋଷଣା କରାଯାଉ।୫. ଘରଦ୍ୱାର, ରାସ୍ତା, ବିଦ୍ୟୁତ୍, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ପୁନର୍ନିର୍ମାଣ ପାଇଁ ସମୟବଦ୍ଧ ଯୋଜନା କାର୍ଯ୍ୟକାରୀ କରାଯାଉ।୬. ରିଲିଫ୍ ବଣ୍ଟନରେ ଅବହେଳା, ଅନିୟମିତତା ଓ ପାତରଅନ୍ତରର ତଦନ୍ତ କରାଯାଇ ଦୋଷୀଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯାଉ।୭. ପୁନର୍ବାସ କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ, ପଞ୍ଚାୟତ ଓ ଜନସଂଗଠନମାନଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରାଯାଉ।ସରକାର ବିପର୍ଯ୍ୟୟ ପରିଚାଳନାକୁ କେବଳ ଘୋଷଣା ଓ ପ୍ରଚାର ମଧ୍ୟରେ ସୀମିତ ନରଖି ପ୍ରତ୍ୟେକ ବିପନ୍ନ ପରିବାର ପାଖରେ ବାସ୍ତବ ସହାୟତା ପହଞ୍ଚାନ୍ତୁ। ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ସରକାରଙ୍କ ଦାୟିତ୍ୱ, କୌଣସି ଅନୁଗ୍ରହ ନୁହେଁ।ରିଲିଫ୍ ଆମର ଅଧିକାର – ସରକାରୀ ଅନୁଗ୍ରହ ନୁହେଁ!ଘୋଷଣା ନୁହେଁ, ବାସ୍ତବ ସହାୟତା ଦରକାର!ରିଲିଫ୍ରେ ସ୍ୱଚ୍ଛତା – ପୁନର୍ବାସରେ ଜବାବଦେହିତା!ଶଙ୍କର ଇନକିଲାବସମ୍ପାଦକଓଡ଼ିଶା ରାଜ୍ୟ କମିଟି, ସିପିଆଇ (ଏମ୍-ଏଲ୍) ରେଡଷ୍ଟାରମୋବାଇଲ୍: ୯୪୩୭୨୬୩୨୧୧ବ୍ରହ୍ମପୁର ତା ୧୪ ନଭେମ୍ବର ୨୦୨୬



