August 14, 2026

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଏଡ୍ସର ସୂଚନା, ଶିକ୍ଷା ଓ ପ୍ରଚାର ପ୍ରସାର ମାଧ୍ୟମକୁ ବ୍ୟାପକ କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ 

IMG-20260813-WA0088
Share

 

ପାରଳାଖେମୁଣ୍ଡି:୧୩/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରାଣିପେଣ୍ଠ ଗ୍ରାମ ସ୍ଥିତ ସମୟରେ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇ.ସି.ଟି ସି, ସଂଯୋଜକ ଶକ୍ତି ପ୍ରସାଦ ପଟନାୟକ ଏସ.ଡୁବ୍ଲ.ଏସ.ଏସ ର ପ୍ରୋଜେକ୍ଟ ପରିଚାଳକ ପି.ସୁନିତା, ସଂଯୋଜକ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଏଚ ଆଇଭି/ଏ.ଡ.ଏସ ର ସଚେତନତା ନିମନ୍ତେ ସୂଚନା,ଶିକ୍ଷା ଓ ଯୋଗାଯୋଗ ଵା ପ୍ରଚାର ପ୍ରସାର କୁ ବ୍ୟାପକ କରିବା ପାଇଁ ଦୁଇ ମାସିଆ କାଜ୍ୟକ୍ରମ ଆନ୍ତର୍ଜାତିକ ଯୁବ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏଡସ ର କାରଣ,ନିରାକରଣ, ଇତିହାସ ଓ ଦେଶ,ରାଜ୍ୟ, ଜିଲ୍ଲା ରେ ଏଡ୍ସ ରୋଗୀ ସଂଖ୍ୟା ବିଷୟରେ ଛାତ୍ର ଛାତ୍ରୀଙ୍କୁ ସୂଚନା ଦେଇଥିଲେ। ଏସ.ଟି. ଆଇ, ଆର.ଟି.ଆଇ ବିଷୟରେ ଅବଗତ କରାଇ ଥିଲେ। ଏଡ୍ସ ରୋଗୀ ଙ୍କ ପ୍ରତି ସ୍ନେହ ଓ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରାଯାଇଥିଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମଟିକୁ ୱାଇ. ଆର.ସି ସଂଯୋଜିକା କଳ୍ପନା ପଣ୍ଡା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଓ ପୁରସ୍କାର ପ୍ରଦାନ କରାଯାଇଥିଲା

You may have missed