August 14, 2026

ଉମରକୋଟ ନିକଟସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜlମରୁଣ୍ଡା ଠାରେ ପ୍ରବେଶ ଉତ୍ସବ ପାଳିତ……..

IMG-20260813-WA0081
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜlମରୁଣ୍ଡା ଠାରେ ଏକାଦଶ ଶ୍ରେଣୀର ” ପ୍ରବେଶ ଉତ୍ସବ ” ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଦ୍ୱାରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ମାଝିଙ୍କ ସଭାପତିତ୍ୱରେ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଡ଼କ୍ଟର ପ୍ରଦୀପ କୁମାର ମିଶ୍ରଙ୍କ ସଂଯୋଜନାରେ ଏହି ଉତ୍ସବ ଆରଂଭ ହୋଇଥିଲା l ରଙ୍ଗୋଲି ମାଧ୍ୟମରେ ବିଦ୍ୟାଳୟଙ୍କୁ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ସଜାଇ ଥିଲେ l ଅଧିବେଶନ ଆରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ଧୂପ ଦୀପ ଅର୍ପଣ କରିବା ପରେ, ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରିଥିଲେ l ପରେ ଅଧ୍ୟକ୍ଷ ସମସ୍ତ ନବlଗତ ଛାତ୍ର ଛାତ୍ରୀଙ୍କୁ ଅନୁଷ୍ଠାନିକ ଭାବେ ସ୍ୱାଗତ କରିବା ପରେ, ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ ଡ଼. ମିଶ୍ର l ଛାତ୍ର ଛାତ୍ରୀଙ୍କୁ ଜୀବନ ଗଢିବାର ସୂତ୍ର କହିଥିଲେ ଏକାଦଶ ଶ୍ରେଣୀ ଶିକ୍ଷକ ଶ୍ରୀ ହରଦୀପ ଭୁଏ,ପରେ ଶିକ୍ଷକ ଶ୍ରୀ ଦିଲ୍ଲୀପ ମହାନନ୍ଦା, ଶ୍ରୀମତୀ ତନୁଜା ବିଶ୍ୱାସ, ସୁଶ୍ରୀ ଶୈଳବାଳl ସାହୁ, ସୁଶ୍ରୀ ସଂଯୁକ୍ତା କାମୋ ଡ଼ି, ଶ୍ରୀ ଅଭିନ୍ନ ଦାସ,ଶ୍ରୀ ଜିତେନ୍ଦ୍ର ସେଠି,ଶ୍ରୀ ଆଲୋକ ଷଣ୍ଢ, ଶ୍ରୀ ଦ୍ରୁପଦ ବଢ଼େଇ ବକ୍ତବ୍ୟ ପ୍ରଦାନ କରିଥିଲେ l ଦ୍ୱିତୀୟ ଅଧିବେଶନରେ ଛାତ୍ର ଛାତ୍ରୀଙ୍କ ପରିଚୟ ଓ ପ୍ରତିଭା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀମତୀ ଆନନ୍ଦିତା ରାୟ ସହଯୋଗ କରିଥିଲେ ଶ୍ରୀମତୀ ସୁସ୍ମିତା ବିଶ୍ୱାସ, ଶ୍ରୀ ବାଲୁଙ୍କେଶ୍ୱର ପ୍ରଧାନ,ଶ୍ରୀମତୀ ସୋନାଲି ଶ୍ୱେତପଦ୍ମl ବାରିକ, ଶ୍ରୀ ପ୍ରିୟବ୍ରତ ପ୍ରଧାନ, ଶ୍ରୀ ରମାକାନ୍ତ ମହାରଣା,ଶ୍ରୀମତୀ ପ୍ରୀତିରlଣୀ ଦାସ, ଶ୍ରୀ ଘନଶ୍ୟାମ ସାହୁ l ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ସିଦ୍ଧେଶ୍ୱର ନାୟକ l

You may have missed