June 17, 2026

ବୁଗୁଡ଼ାରେ ଉପୁଜୁଛି ଟ୍ରାଫିକ ସମସ୍ଯା, ପ୍ରତିକାର ଦାବି 

IMG-20250413-WA0048
Share

ବୁଗୁଡ଼ା : ତା ୧୩/୦୪/୨୫ : ବୁଗୁଡା ଏନ୍ଏସି ଅନ୍ତର୍ଗତ ଚୈତନ୍ୟ ମନ୍ଦିର ସମ୍ମୁଖ ବୁଲାଣି ରାସ୍ତାରେ ଯାନବାହାନ ଚଳାଚଳ ବେଳେ ଅନେକ ସମୟରେ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ବୁଗୁଡା-ପୋଲସରା ମୁଖ୍ୟ ରାସ୍ତାରେ ଦୈନିକ ଶହ ଶହ ଯାନବାହାନ ଚଳାଚଳ ହେଉଥିବାବଳେ ଏହି ବୁଲାଣିଠାରେ ଉଭୟ ପଟରୁ ଆସୁଥିବା ଟ୍ରକ କିମ୍ବା ବସ୍ ମୁହାଁମୁହିଁ ଅବସ୍ଥାରେ ପଡିବା ଫଳରେ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଛି। ଉଭୟ ପଟରେ ପଛକୁ ପଛ ହୋଇ ଯାନବାହାନ ଗୁଡିକର ଲମ୍ବା ଧାଡ଼ି ଲାଗିଯାଉଛି। ଏହି ସମସ୍ୟାର ସମାଧାନ କରିବାରେ ଦୀର୍ଘ ସମୟ ଲାଗିଯାଉଛି ଏବଂ ଅଯଥା ପାଟିତୁଣ୍ଡ ସାଙ୍ଗକୁ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହେଉଛି । ଜରୁରୀକାଳୀନ ସେବାରେ ନିୟୋଜିତ ଆମ୍ବୁଲାନ୍ସ ମଧ୍ୟ ବେଳେ ବେଳେ ଏହି ଟ୍ରାଫିକ୍ ସମସ୍ୟାରେ ଫସି ଯାଉଛି। ଏହି ଟ୍ରାଫିକ ସମସ୍ଯାର ସ୍ଥାୟୀ ପ୍ରତିକାର ଦିଗରେ ପ୍ରଶାସନିକ ପଦକ୍ଷେପ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।