କୁଜଙ୍ଗ ମହା ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ BCJD ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ..

.ସରଗରମ ହୋଇ ପଡିଛି ଏବେ କୁଜଙ୍ଗ ମହା ବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ।କେଉଁ ପ୍ରାଥି ମାନେ ବିଜୟ ଲାଭ କରିବେ ଓ କେଉଁ ପାର୍ଥି ପିନ୍ଧିବ ବିଜୟ ମୁକୁଟ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।କୁଜଙ୍ଗ ମହା ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି।ତେବେ ବିଶାଳ ଶୋଭା ଯାତ୍ରାରେ ସନ୍ତରା ଗଡ଼ା ସ୍ଥିତ ସାଇ ବାବାଙ୍କ ମନ୍ଦିର ନିକଟରୁ ବାହାରି କୁଜଙ୍ଗ ମହା ବିଦ୍ୟାଳୟରେ ପହଞ୍ଚି BCJD ପ୍ରାର୍ଥୀର ଛାତ୍ର-ନେତା ମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ।ମାତ୍ର ଦୀର୍ଘ ୮ବର୍ଷ ପରେ ମହା ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ନେଇ ଛାତ୍ର-ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି।ବିଭିନ୍ନ ଦଳର ସମର୍ଥିତ ଛାତ୍ର-ନେତା ମାନେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ BCJD ପ୍ରାର୍ଥୀ ଭାବେ ଛାତ୍ର-ଛାତ୍ରୀ ମାନେ ନାମାଙ୍କନ ପତ୍ର ଦାଖଲ କରିବା ସହିତ କିଭଳି ଭାବେ କୁଜଙ୍ଗ ମହା ବିଦ୍ୟାଳୟର ଉନ୍ନତି କରଣ କରାଯିବ ଓ ଛାତ୍ର-ଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ସେ ନେଇ BCJD ପାର୍ଥି ପାର୍ଥିନି ମାନେ ମତ ରଖିଛନ୍ତି।
( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
