କିକ୍ ବକ୍ସିଂ ଆସୋସିଏସନ୍ ସମ୍ବଲପୁର ପକ୍ଷରୁ ବେଲ୍ଟ ପରୀକ୍ଷା କାର୍ଯ୍ୟକ୍ରମ
ସମ୍ବଲପୁର,
ଜିଲ୍ଲା କିକ୍ ବକ୍ସିଂ ଆସୋସିଏସନ୍ ସମ୍ବଲପୁର ପକ୍ଷରୁ ଜେଲ୍ ଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ରେ ବାର୍ଷିକ ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା କିକ୍ ବକ୍ସିଂ ଆସୋସିଏସନର ସଭାପତି କାର୍ତ୍ତିକ ଡାକୁଆଙ୍କ ଅନୁମତି କ୍ରମେ ଜିଲ୍ଲା ଆସୋସିଏସନ୍ ର ସମ୍ପାଦକ ତଥା ମୁଖ୍ୟ କୋଚ୍ ସୁବ୍ରତ କୁମାର ପ୍ରଧାନ ତତ୍ତ୍ଵାବଧାନରେ ଏହି ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଆସୋସିଏସନ୍ ର ଉପସଭାପତି ଭବାନୀଶ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଂ ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆସୋସିଏସନ୍ ପକ୍ଷରୁ ଜିଲ୍ଲାରେ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀ ମାନେ ଅଂଶଗ୍ରହଣ କରି ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ। ପ୍ରଶିକ୍ଷାର୍ଥୀଙ୍କ ପରିକ୍ଷା ପରେ ସଫଳ ପ୍ରତିଭାଗୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ବେଲ୍ଟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ କୋଚ୍ ସୁଭମ ପ୍ରଧାନ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଆସୋସିଏସନର ଯୁଗ୍ମ ସମ୍ପାଦିକା ପୁଷ୍ପାଞ୍ଜଳି ପ୍ରଧାନ, କୋଷାଧ୍ୟକ୍ଷ ହେମନ୍ତ ତ୍ରିପାଠୀ, ସଦସ୍ୟ ଜି ସାଇକ୍ରୀଷ୍ଣା, ରାଜେଶ୍ ଦାସ୍, ଭାରତୀ ସମାଜ ର ମହାସଚିବ ଗୋପବନ୍ଧୁ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
