October 13, 2026

ରାଜ୍ୟ ଓମଫେଡ଼ ର ପ୍ରଥମ ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକ

IMG-20261012-WA0020
Share

 

ପୁରୀରେ କୋର୍ଟ ନିକଟସ୍ଥ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ନବ ନିଯୁକ୍ତ ସଭାପତି ପ୍ରିୟଦର୍ଶନ ପଟନାୟକଙ୍କର ସଭାପତିତ୍ବରେ ଅନୁଷ୍ଠିତ ହୋଇଛି।ରାଜ୍ୟ ଓମଫେଡ ପକ୍ଷରୁ ୧୩ପ୍ଲାଣ୍ଟରୁ ସଭାପତି ,ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତା ମାନେ ବିଭିନ୍ନ ପ୍ରାନ୍ତରୁ ଆସି ଏକତ୍ରିତ ହୋଇଛନ୍ତି।ସର୍ବସମ୍ମତି କ୍ରମେ ଆଗାମୀ କାର୍ଯ୍ୟକ୍ରମ ପାଇଁ ସମୁହ ନିଷ୍ପତ୍ତି ଗ୍ରହଣ କରାଗଲା।୧-ଓମଫେଡ ର ଅହେତୁକ ଦରବୃଦ୍ଧି କୁ କମାଇବାକୁ ଦାବି କରାଯିବ।

୨-ବର୍ଦ୍ଧିତ ଦର ଅନୁସାରେ ଚାଷୀ ଓ ପ୍ଲାଣ୍ଟ ଶ୍ରମିକ ମାନଙ୍କର ଭାଗିଦାରୀ କଣ ରହିବ?

୩-ବରିଷ୍ଠତା ଭିତ୍ତିରେ ସ୍ଥାୟୀ କରାଯିବା ସହ ସାର୍ଟିଫିକେଟ ଅନୁଯାୟୀ କୁଶଳୀ ପର୍ଯ୍ୟାୟ ଅନୁଯାୟୀ ଯୋଗ୍ୟତା ଘୋଷଣା କରାଯାଉ।

୪ ବରିଷ୍ଠତା ଭିତ୍ତିରେ ବର୍ଗୀ କରଣ କରାଯାଉ।

୫ ଅଵସର ପରେ ଗ୍ରାଚୁଟି ବାଧ୍ୟତାମୂଳକ ଭାବେ ଦିଆଯାଉ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ