August 3, 2026

ବେଧଡକ ଚାଲିଛି ପଲିଥିନ କାରବାର , ଗୃହପାଳିତ ପଶୁ ପ୍ରଭାବିତ, ପ୍ରତିକାର ଦାବି 

IMG-20260312-WA0045
Share

 

ବୁଗୁଡ଼ା : ତା ୧୨/୦୩/୨୬ : ବୁଗୁଡ଼ା ଏନଏସିରେ ପଲିଥିନ ବ୍ଯବହାର ଉପରେ କଟକଣା ରହିଥିଲେ ବି ବେଧକଡ ଭାବେ ବିକ୍ରି ଓ ବ୍ୟବହାର ହେଉଛି ପଲିଥିନ । ବିଶେଷ ଭାବରେ ଖାଦ୍ୟ ପଦାର୍ଥ ଲାଗିଥିବା ପଲିଥିନ ବର୍ତ୍ତମାନ ବୁଲା ଗାଇଗୋରୁଙ୍କ ଖାଦ୍ୟ ପାଲଟି ଗଲାଣି । ମାତ୍ର ଏନଏସି ପ୍ରଶାସନ ପକ୍ଷରୁ ଏଥି ପାଇଁ ବଳିଷ୍ଠ ପଦକ୍ଷେପ ନିଆଯାଉନାହିଁ । ପରିବେଶକୁ ପ୍ରଦୂଷଣ କରିବାର ମୁଖ୍ୟ ଭୂମିକା ଗ୍ରହଣ କରୁଥ‌ିବା ପଲିଥିନ ଏବେ ଗୃହପାଳିତ ପଶୁଙ୍କ ଉପରେ ପ୍ରଭାବ ପକାଇ ସାରିଲାଣି। ସୂଚନା ଅନୁସାରେ ବୁଗୁଡ଼ା ସହରର ମୁଖ୍ୟ ବଜାରରେ ଏନଏସି ପକ୍ଷରୁ ସର୍ବସାଧାରଣ ତଥା ବ୍ୟବସାୟୀଙ୍କ ବ୍ୟବହାର ନିମନ୍ତେ ବଜାର ମଧ୍ୟରେ ଥିବା ଡଷ୍ଟବିନ ରଖାଯାଇଥିଲା । ଉଠାଦୋକାନୀଠାରୁ ଆରମ୍ଭ କରି ବସା ଦୋକାନୀମାନେ ଦୋକାନରୁ ଦୈନିକ ବାହାରୁଥିବା ମଇଳା ଏହି ଡଷ୍ଟବିନରେ ପକାଉଥିଲେ । ମାତ୍ର ଦିନକୁ ଦିନ ଏହି ଡଷ୍ଟବିନ ସଂଖ୍ୟା କମିବାରେ ଲାଗିଛି। ଫଳରେ ଦୋକାନୀମାନେ ରାତି ହେଲେ ଦୋକାନରୁ ବାହାରୁଥିବା ଅଳିଆ ରାସ୍ତା ଉପରେ ଜମା କରୁଛନ୍ତି। ରାତି ହେଲେ ବୁଲା ଗାଈଗୋରୁ ବଜାର ଉପରେ ରୁଣ୍ଡ ହୋଇ ରାସ୍ତା ଉପରେ ପଡିଥ‌ିବା ପଲିଥିନଯୁକ୍ତ ଅଳିଆ ଗଦାରେ ଖାଦ୍ୟ ଅନ୍ବେଷଣ କରିବା ସହିତ ପଲିଥିନରେ ଲାଗିଥ‌ିବା ଗୁଡ, ତେଲ ତଥା ଅନ୍ୟ ଖାଦ୍ୟ ପଦାର୍ଥ ଲାଗିଥ‌ିବା ପଲିଥିନକୁ ଖାଇ ଦେଉଥ‌ିବା ଦେଖିବାକୁ ମିଳୁଛି।ତେଣୁ, ଏଥି ପ୍ରତି ଏନ୍ଏସି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।