October 13, 2026

ଦେବଗିରି ଓ ମୋହନା ରେଞ୍ଜରୁ ୨ଟି କଲରାପତରିଆ ବାଘ ଛାଲ ଜବତ,୬ ଗିରଫ 

IMG-20261011-WA0002
Share

 

 

 

ମୋହନା(ଗଣେଶ ବିଷୋୟୀ)ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାର ବିରୋଧରେ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି।ଦୁଇଟି ପୃଥକ ଚଢ଼ାଉରେ ଦୁଇଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ମୋଟ ୬ ଜଣଙ୍କୁ ଅଟକ ରଖାଯାଇଛି।ଏଥି ସହ ତିନୋଟି ମୋଟର ସାଇକେଲ ଓ ୬ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି।ପ୍ରଥମ ଘଟଣାରେ ଅକ୍ଟୋବର ୮ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ପାରଳାଖେମୁଣ୍ଡି ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଦେବଗିରି ରେଞ୍ଜର ଏବଂ ବନ କର୍ମଚାରୀ ମାନେ ମିଳିତ ଚଢ଼ାଉ କରି ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଥିଲେ।ଏହି ଘଟଣାରେ କାଶୀନଗର ଥାନା ଅଞ୍ଚଳର ଗୋରିଲା ରବି (୪୦) ଏବଂ ପରିଡ଼ା ଗ୍ରାମର ପ୍ରଫୁଲ୍ଲ ଘାଣ୍ଟା (୪୨)ଙ୍କୁ ଗିରଫ କରାଯାଇଛି।ଦ୍ୱିତୀୟ ଘଟଣାରେ ଅକ୍ଟୋବର ୯ ତାରିଖ ସକାଳ ପ୍ରାୟ ୧୧ଟା ୩୦ ମିନିଟ୍‌ରେ ମୋହନା ରେଞ୍ଜ ଅନ୍ତର୍ଗତ ପାଣିଗଣ୍ଡା ସେକ୍ସନର ତୁଳସୀନଗର ଗ୍ରାମ ନିକଟରେ ବନ ବିଭାଗ ଚଢ଼ାଉ କରି ଆଉ ଗୋଟିଏ ବାଘ ଛାଲ ଜବତ କରିଥିଲା।ଏହି ଘଟଣାରେ ଯାଗା ମଲ୍ଲିକ (୩୬),ବିଜୟ ନନ୍ଦ ନାୟକ (୨୩),ତ୍ରିଲୋଚନ ପାତ୍ର (୩୫) ଓ ଦୀପକ କୁମାର ନାୟକ (୨୫)ଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ କେତେକ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ଅନ୍ୟମାନେ ଗଜପତି ଜିଲ୍ଲାର ବୋଲି ସୂଚନା ମିଳିଛି।ପାରଳାଖେମୁଣ୍ଡି ବନଖଣ୍ଡର ଏସିଏଫ୍‌ ଶ୍ରୀମତୀ ଶାଇନ୍ ଶ୍ରୀ ଦାଶଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।ଦେବଗିରି ରେଞ୍ଜରେ ଗୋଟିଏ ମୋଟର ସାଇକେଲ ଓ ଦୁଇଟି ମୋବାଇଲ ଫୋନ୍ ଏବଂ ମୋହନା ରେଞ୍ଜରେ ଦୁଇଟି ମୋଟର ସାଇକେଲ ଓ ଚାରିଟି ମୋବାଇଲ ଫୋନ୍ ଜବତ ହୋଇଛି।ଏନେଇ ଦେବଗିରି ରେଞ୍ଜରେ ୨୦୨୬-୨୭ ବର୍ଷର କେସ୍ ନମ୍ବର ୦୪/୨୬ ରେ ମାମଲା ରୁଜୁ କରାଯାଇଛି।ଏହି ଘଟଣାରେ ଆଇନ ଅନୁଯାୟୀ ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି।ବାଘ ଛାଲ ଚୋରା କାରବାର ପଛରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେନେଇ ବନ ବିଭାଗର ତଦନ୍ତ ଜାରି ରହିଛି ବିଭାଗୀୟ ସୂତ୍ରରୁ ପ୍ରକାଶ।

You may have missed