ଚକ୍ରତୀର୍ଥ ପୀଠରେ ଲକ୍ଷ୍ମନାରାୟଣ ୟୁଥ୍ କ୍ଲବ୍ର ପ୍ରସାଦ ବଣ୍ଟନ
ହାଟଡିହି ତା ୧୦/ ୮(ମନମୋହନ ନାୟକ) : ଶ୍ରାବଣ ମାସର ସୋମବାରକୁ ନେଇ ଆନନ୍ଦପୁର ଉପଖଣ୍ଡର ପ୍ରସିଦ୍ଧ ଶୈବପୀଠ ଚକ୍ରତୀର୍ଥରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ମହାଦେବଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ଭୋରୁ ଭୋରୁ ପୀଠରେ ଶହଶହ କାଉଡ଼ିଆ ଓ ଭକ୍ତଙ୍କ ସମାଗମ ହୋଇଥିଲା। କାଉଡ଼ିଆଙ୍କ ‘ହର ହର ମହାଦେବ’ ଧ୍ୱନିରେ ପୀଠ ପରିସର ଭକ୍ତିମୟ ହୋଇଉଠିଥିଲା। ଦୂରଦୂରାନ୍ତରୁ କାଉଡ଼ି କାନ୍ଧରେ ଧରି ଆସିଥିବା ଭକ୍ତମାନେ ମହାଦେବଙ୍କ ଠାରେ ପବିତ୍ର ଜଳାଭିଷେକ କରିଥିଲେ। ଏହାକୁ ନେଇ ଚକ୍ରତୀର୍ଥ ପୀଠରେ ଦିନତମାମ ଭକ୍ତଙ୍କ ଭିଡ଼ ଲାଗିରହିଥିଲା। ଏହି ପବିତ୍ର ଅବସରରେ ଲକ୍ଷ୍ମନାରାୟଣ ୟୁଥ୍ କ୍ଲବ୍ ପକ୍ଷରୁ ଚକ୍ରତୀର୍ଥ ପୀଠରେ ଭକ୍ତ ଓ କାଉଡ଼ିଆମାନଙ୍କ ନିମନ୍ତେ ପ୍ରସାଦ ବଣ୍ଟନ କରାଯାଇଥିଲା। କ୍ଲବ୍ର ସଦସ୍ୟମାନେ ସେବା ମନୋଭାବ ନେଇ ଉପସ୍ଥିତ ରହି ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରିଥିଲେ। ୟୁଥ୍ କ୍ଲବ୍ର ଏହି ପଦକ୍ଷେପକୁ ଭକ୍ତମାନେ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ କ୍ଲବ୍ର ସଭାପତି ଦୀପ୍ତିରଞ୍ଜନ ଦାସଙ୍କ ନେତୃତ୍ୱରେ ସଞ୍ଜୀବ ନାୟକ,ସ୍ମୃତିରଞ୍ଜନ ବେହେରା , ମନୋରଞ୍ଜନ ନାୟକ, ମନୋରଞ୍ଜନ ଦାସ, ଦିବ୍ୟରଞ୍ଜନ ନାୟକ, ପ୍ରଦୀପ ସାହୁ, ଅଙ୍କିତ ବେହେରା, ବିପ୍ଳବ ଜେନା, ବିକାଶ ଜେନା, ସୌଭାଗ୍ୟ ଜେନା, ଅମିତି ସାମଲ, ପାପୁନ୍ ସାହୁ, ଆଲୋକ ନାୟକ, ରାଜା ସାହୁ ଓ ଦିବ୍ୟଜ୍ୟୋତି ନାୟକଙ୍କ ସମେତ କ୍ଲବ୍ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପ୍ରସାଦ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।
