August 10, 2026

ଝାଙ୍କିରି ତାଲି ଆଦିବାସୀ ସଂଘ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

IMG-20260809-WA0024
Share

କୋଲନରା : (ସଞ୍ଜୀବ କଣ୍ଡାଗରୀ ):ଆଦିବାସୀ ଙ୍କ ଏକତା ଜଳ ଜମି ଜଙ୍ଗଲ ଆମ ଅଧିକାର ପାଇଁ ଏକତାର ଆହ୍ୱାନ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମସ୍ଥିତ ମା’ ଜାକିରି ତାଲି ଆଦିବାସୀ ସଂଘ କାର୍ଯ୍ୟାଳୟ ପରିସରରେ ବିଶ୍ୱ ଆଦିବାସୀ ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ସଂଘର ସଭାପତି ଜାଲୁଦୁ କଣ୍ଡାଗରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରିଷ୍ଠ ଆଦିବାସୀ ନେତା ଲେଙ୍କା କଣ୍ଡାଗରୀ ମୁଖ୍ୟ ଅତିଥି ଏବଂ ବାଡିସୋଲା ଯୁକ୍ତ ଦୁଇ ବିଭାଗର ଅଧ୍ୟକ୍ଷ ଆମନ୍ ଶବର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ମୁକୁନ୍ଦପୁର ହାଟପଦାଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ପାରମ୍ପରିକ ବେଶଭୂଷାରେ ସଜ୍ଜିତ ମହିଳା ଓ ପୁରୁଷମାନେ ବିଭିନ୍ନ ସ୍ଲୋଗାନ ଦେଇ ନାଚଗୀତର ତାଳେ ତାଳେ ମୁଖ୍ୟ ବଜାର ପରିକ୍ରମା କରି ମା’ ଜାକିରି ତାଲି ଆଦିବାସୀ ସଂଘ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ବାବାସାହେବ ଡ. ଭୀମରାଓ ଆମ୍ବେଦକର, ବିର୍ସା ମୁଣ୍ଡା ଓ ସହିଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସଭାରେ ବକ୍ତାମାନେ କହିଥିଲେ ଯେ, ନିରୀହ ଆଦିବାସୀମାନେ ବିଭିନ୍ନ ସମୟରେ ଶୋଷଣର ଶିକାର ହେଉଛନ୍ତି। ତେଣୁ ଆଦିବାସୀଙ୍କ ମୌଳିକ ଅଧିକାର ଓ ହକ୍‌ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ ଲଢ଼େଇ କରିବାର ସମୟ ଆସିଛି। ଗ୍ରାମସ୍ତରରୁ ଆଦିବାସୀ ସଂଗଠନକୁ ଜିଲ୍ଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ଅଧିକ ସୁଦୃଢ଼ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ପେଦେଣ୍ଟି, ଆଦିବାସୀ ନେତା ଗୋପୀନାଥ ମୁଷୁକା, ରେଖାପଦର ସରପଞ୍ଚ ଗୋପାଳ ପିର୍ବାକା, କୋଲନରା ଲ୍ୟାମ୍ପସ୍‌ ସଭାପତି ସୁକୁରୁ ପିର୍ବାକା, ଆଦିବାସୀ ନେତା ନରସିଂହ କଣ୍ଡାଗରୀ, ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ହୁଇକା, ଭୋଇମୋଡା ସରପଞ୍ଚ ସୋମନାଥ ହେପ୍ରିକା, କାଟିକଣା ସରପଞ୍ଚ ବିଜୟ ମାଣ୍ଡାଙ୍ଗି, ପୂର୍ବତନ ଏବିଇଓ ମୋହନରାଓ କଣ୍ଡାଗରୀ, ଆଦିବାସୀ ନେତା ନାରାୟଣ ବିଡିକା, ଚୌଧୁରୀ କଣ୍ଡାଗରୀ, ଜିଲ୍ଲା ଆଦିବାସୀ ସଂଘର ସଂଯୋଜକ ଧନପତି କଣ୍ଡାଗରୀ, ବିଶିକେଶନ କଣ୍ଡାଗରୀ, ଏଙ୍କେଟି କଣ୍ଡାଗରୀ ଓ କାମେଶ୍ୱର ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ବିଶ୍ୱନାଥ ଉଲାକା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ ର ପୂର୍ବ ତନ ସରପଞ୍ଚ ଶିବ କଣ୍ଡାଗରୀ, ଅଭିରାମ ଉର୍ଲାକା, ବିଶ୍ୱନାଥ ହାରାକା, ବାଡ଼ିସୋଲା କଲେଜର ଅଧ୍ୟାପିକା କରିସ୍ମା ହିମିରିକା, ନରେନ୍ଦ୍ର ହେପ୍ରିକା, ଡାଳିବନ୍ଧୁ କାଡ୍ରାକା, ଅବସରପ୍ରାପ୍ତ ଶିକ୍ଷକ ବାଲ୍ମିକୀ ହୁଇକା, ନାଗେଶ୍ୱର ହାରକା ଓ କୁଷ୍ଟୁ ଜିଲାକାରାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ। ମୁକୁନ୍ଦପୁର ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପାରମ୍ପରିକ ନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ ବେଶଭୂଷାରେ ମୁକୁନ୍ଦପୁରରେ ଆଦିବାସୀ ସମାଜ ସଂସ୍କୃତିର ଅନନ୍ୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା।

You may have missed