August 10, 2026

ଉମରକୋଟ ଠାରେ ଗ୍ରାଣ୍ଡ ଡ୍ରିଲିଙ୍ଗ ମେସିନ ଜବତ………

IMG-20260809-WA0026
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ରାଜସ୍ଥାନ ରାଜ୍ୟ ରୁ ଆସିଥିବା ଏକ ଟ୍ରକ ରେ ଗ୍ରାଣ୍ଡ ଡ୍ରିଲିଙ୍ଗ ମେସିନ ଧରି ଏଇରଟେଲ କମ୍ପାନୀ ର କିଛି ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ବିନା ଅନୁମତି ରେ ବିଭିନ୍ନ ସ୍ଥାନ ରେ ରାତି ଅଧିଆ ରେ ଗର୍ତ୍ତ ଖୋଳୁଥିବା ଦେଖିବାକୁ ମିଳିଛି!ସେମାନଙ୍କ ନିକଟରେ କୌଣସି ଲିଖିତ ଅନୁମତି କାଗଜ ନାହିଁ!ଜନଵହୁଳ ଉମରକୋଟ ସହରରେ ଦିନ କୁ ଦିନ ବଡ଼ ବଡ଼ ଯାନବାହାନ ଯାତାୟାତ କରୁଥିବା ବେଳେ ଯଦି ରାତିରେ ଏଭଳି ଗର୍ତ୍ତ ଖୋଳି ଛାଡିଦେଲେ ଅନେକ ଦୁର୍ଘଟଣା ହେଲେ ଦାୟୀ କିଏ ରହିବ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି!ଏହି ପରିପ୍ରେକ୍ଷୀରେ ଆଜି ସକାଳେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ଙ୍କ ନଜର ସେହି ଡ୍ରିଲିଙ୍ଗ ମେସିନ ଉପରେ ପଡିଥିଲା!ସେ ଏଇରଟେଲ କମ୍ପାନୀ ରେ କାର୍ଯ୍ୟରତ ଥିବା ଦୁଇ କର୍ମଚାରୀ ଙ୍କୁ ପଚାରିଲେ ଯେ ଏତେ ଗର୍ତ୍ତ ଖୋଲିବା ପାଇଁ କାହାଠାରୁ ଅନୁମତି ନେଇଛ? କିନ୍ତୁ ସେମାନଙ୍କ ପାଖରେ କୌଣସି ଅନୁମତି ଚିଠି ନଥିଲା!ତେଣୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ସେହି ଗ୍ରାଣ୍ଡ ଡ୍ରିଲିଙ୍ଗ ମେସିନ କୁ ଜବତ କରି ପୋଲିସ କୁ ହସ୍ତାନ୍ତର କରିଛନ୍ତି!କାର୍ଯ୍ୟ କରୁଥିବା ଠିକାଦାର ତଥା ମାଲିକ ନ ଆସିବା ପର୍ଯ୍ୟନ୍ତ କାମ ବନ୍ଦ ରହିବ ଏବଂ ସମସ୍ତ ଦସ୍ତାବେଜ ଧରି ଆସିବାକୁ କହିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ!ଏଇରଟେଲ କମ୍ପାନୀ ଉମରକୋଟ ସହର ର କେଉଁ ସ୍ଥାନରେ, କେତୋଟି ଗର୍ତ୍ତ କରିବ ତାହାର ଅନୁମତି ନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ କହିଛନ୍ତି!