August 10, 2026

ପୋଡାମାରୀ ପ୍ରାଥମିକ ବିଦ୍ୟାଳୟ ରେ ଅବସର ଶିକ୍ଷକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

IMG-20260809-WA0021
Share

      ସାନଖେମୁଣ୍ଡି : (ବିଜୟ କୁମାର ପ୍ରଧାନ ) ପ୍ରାଥମିକ ବିଦ୍ୟାଳୟ ପୋଡାମାରୀ ପରିସରରେ ଏକ ସୁନ୍ଦର ପରିବେଶ ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ସଦାଶିବ ପାଢୀଙ୍କ ସଭାପତିତ୍ୱରେ ଚୈତନ୍ୟ ବିଦ୍ୟାପୀଠର ସହକାରୀ ଶିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା ଓ ପ୍ରାଥମିକ ବିଦ୍ୟାଳୟ ଝରଣର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଏହି ସଭାରେ ଚୈତନ୍ୟ ବିଦ୍ୟପୀଠର ପ୍ରଧାନ ଶିକ୍ଷକ ଶ୍ରୀ ଟୁକୁନା ପ୍ରଧାନ ମୁଖ୍ୟ ଅତିଥି, କ୍ଳଷ୍ଟରର ସାଧନ କର୍ମୀ ଶ୍ରୀ ମାଧବ ସେଠି, ବରିଷ୍ଠ ଶିକ୍ଷକ ଶ୍ରୀ ନାରାୟଣ ପାଣିଗ୍ରାହୀ, କାର୍ଯ୍ୟ ନିବୃତ ଶିକ୍ଷକ ଶ୍ରୀ ପ୍ରଶାନ୍ତ ଗୌଡ଼, ଶ୍ରୀ ସୂର୍ଯ୍ୟ ନାରାୟଣ ସୁଆର ଅନ୍ୟତମ ଅତିଥିଭାବେ ମଞ୍ଚାସିନ ଥିଲେ I ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ପ୍ରଧାନ ସଭାପରିଚାଳନା କରିଥିବା ସ୍ଥଳେ ସୁଶ୍ରୀ ଗୀତାଞ୍ଜଳି ଗୌଡ଼ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I ଶିକ୍ଷକ ସର୍ବଶ୍ରୀ ତୋଫାନ ଦାସ, କୈଳାଶ ନାହାକ, ବିମଳ କୁମାର ବେହେରା, ଦୟାନିଧି ମଲ୍ଲୀ, ସୁଦର୍ଶନ ନାହାକ ବିଦାୟୀ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ଶିକ୍ଷଣ ଶୈଳୀ, ସମୟାନୁବର୍ତ୍ତିତା, ପ୍ରତିଯୋଗିତାର ନିରପେକ୍ଷ ମୂଲ୍ୟାୟନ ଓ ଓଡ଼ିଆ ଭାଷା ପ୍ରତି ଥିବା ମମତା କୁ ଭାବବିହ୍ଵଳ ଭାବେ ସ୍ମୃତି ଚରଣ କରିଥିଲେ I ସେହି ଭଳି ଶିକ୍ଷକ ଶ୍ରୀ ପ୍ରଧାନଙ୍କ କଳାକୃତୀ, ଶିଶୁ ସଙ୍ଗୀତ ଓ ନୃତ୍ୟ ଏବଂ ମେଳାପୀ ମନୋଭାବ ଉପରେ ଉପସ୍ଥିତ ବିଦ୍ୟୱାନ ମଣ୍ଡଳୀ ଆଲୋଚନା ରଖିଥିଲେ I ସଭାର ଶେଷ ପର୍ଯ୍ୟାୟରେ କୁନା କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହେବା ସହ ଶିକ୍ଷକ ଶ୍ରୀ ଲକ୍ଷ୍ମଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ ଉତ୍ସବରେ କ୍ଳଷ୍ଟର ସମସ୍ତ ଶିକ୍ଷକ ଶିକ୍ଷିକ ଉପସ୍ଥିତ ରହି ଏକ ବନ୍ଧୁ ମିଳନ ଭୋଜିରେ ଯୋଗ ଦେବା ସହିତ ବିଦାୟୀ ଶିକ୍ଷକମାନଙ୍କୁ ଉତ୍ତରୀୟ ଓ ଉପହାର ପ୍ରଦାନ କରିଥିବା ଦେଖିବାକୁ ମିଳିଛି।