September 15, 2026

ଉମରକୋଟ ଠାରେ ମକା ଚାଷ ପାଇଁ ସାର ନ ମିଳିବା ପରେ ପୁଣି ଫେରିଲା ନୀଳଗିରି ଚାଷ……….

IMG-20260709-WA0020
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଓଡ଼ିଶାରେ ଉମରକୋଟ ଅଞ୍ଚଳ ମକ। ଚାଷ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚଳିତ ବର୍ଷ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ମକ। ଚାଷ ପାଇଁ ସାର ମିଳୁନଥିବାରୁ ଚାଷୀ ମାନେ ମକ। ଚାଷ କରିବା ପରିବର୍ତେ ୩ ବର୍ଷ ତଳେ ନୀଳଗିରି ଚାଷକୁ ପ୍ରତ୍ୟାଖ୍ୟାନ କରିଥିବା ଚାଷୀ ମାନେ ବର୍ତ୍ତମାନ ନୀଳଗିରି ଚାଷ ଆରମ୍ଭ କରିଦେଲେ। ଯୁଦ୍ଧ ଯୋଗୁ ସାର ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା କେମିକାଲ ଭାରତ କୁ ଠିକ୍ ସମୟରେ ନ ପହଞ୍ଚିବାରୁ ସାର ଉତ୍ପାଦନ ହେଇ ପାରିଲା ନାହିଁ। ସରକାରୀ ତଥ୍ୟ ଅନୁଯାୟୀ ଉମରକୋଟ ରେ ପଟ। ଜମି ମୋଟ ୮୪୫୦ ହେକ୍ଟର ଜମି ରେ ଚାଷ ହେଉଛି। ଏହି ଚାଷୀ ମାନଙ୍କୁ ସାର୍ ମିଳିଯାଉଛି। କିନ୍ତୁ ଏହି ବ୍ଲକରେ ପ୍ରାୟ ୮ ହଜାର ହେକ୍ଟର ଜବରଦଖଲ ଜମିରେ ମକ। ଚାଷ ହେଇଥିଲା । ଯେହେତୁ ଏମାନଙ୍କ ପଟ। ନ ଥିବାରୁ ଏହି ଚାଷୀ ମାନେ ସାର୍ ପାଉ ନାହାନ୍ତି। ଯେଉଁ ଚାଷୀ ମାନେ ୨ ବର୍ଷ ତଳେ ନୀଳଗିରି ଚାଷ କୁ ଛାଡ଼ି ନିଜ ଜମିରେ ଲାଗିଥିବା ନୀଳଗିରି ଗଛ ର ଚେର କୁ ଏକସାଭେଟର ଲଗାଇ ଉପ।ଡ଼ି ଦେଇଥିଲେ ସେହି ଚାଷୀ ମାନେ ପୁଣି ନୀଳଗିରି ଚାରା ଲଗାଇବା ଆରମ୍ଭ କରି ଦେଇଛନ୍ତି। ଗୋଟିଏ ଗାଡ଼ିରେ ୨୨ ହଜାର ଚାରା ଆସୁଛି। ଗୋଟିଏ ଚାରା ର ମୂଲ୍ୟ ୮ ଟଙ୍କା ରୁ ୧୨.୫୦ ପଇସା ପର୍ଯ୍ୟନ୍ତ ବିକ୍ରି ହେଇଛି। ଚାଷୀ ସପନ ଦେ କହିବା ଅନୁସାରେ ଥରେ ନୀଳଗିରି ଗଛ ଲଗାଇଦେଲେ ୧୦ ବର୍ଷ ମଧ୍ୟରେ ୩ ଥର କଟିଙ୍ଗ ହେଉଚି ଓ ମାଟି ଭଲ ଥିବ ଓ ପତଳା କରି ଚାରା ରୋପଣ କରିଥିଲେ ସେଠାରେ ୫ ଥର କଟିଙ୍ଗ ହେଇ ପାରୁଛି ବୋଲି କହିଛନ୍ତି। ବର୍ତ୍ତମାନ ୧ ଟନ୍ ନୀଳଗିରି ଗଛ ୭ ହଜାର ଟଙ୍କା ରେ ବିକ୍ରି ହେଉଛି ଯାହାକି ଚାଷୀ ଭଲ ରୋଜଗାର କରୁଛନ୍ତି। ଏହି ଅଞ୍ଚଳର ନୀଳଗିରି ଗଛ ଯେକେପୂର୍ ପେପର୍ ମିଲ, ମହାରାଷ୍ଟ୍ର ର ଚନ୍ଦ୍ରପୁର, ଛତିଶଗଡ ର ରାଇପୁର ଓ ବିଳାସପୁରରେ ଥିବା କାଗଜ କଳକୁ ଯାଉଛି। ବର୍ତ୍ତମାନ ନାଗାର୍ଜୁନ ଓ ଇଫକୋ କମ୍ପାନୀ ର ସାର ନେଲେ କମ୍ପାନୀ ନିୟମ କରି ଦେଇଛି ସାର ସହ ନାନୋ ୟୁରିଆ ଓ ନାନ ଡି ଏ ପି ନ ନେଲେ ସାର ଚାଷୀ କୁ ବିକ୍ରି କରୁ ନାହାନ୍ତି।।ଏହି ୨ ଟି ସାର ମକ। ଚାଷ ପାଇଁ ଆବଶ୍ୟକ ନ ଥିବା ବେଳେ ଚାଷୀଙ୍କୁ ନେବା ପାଇଁ ବାଧ୍ୟ କରାଯାଉଛି। ଅପରପକ୍ଷରେ ଚାଷୀ ଚଡ। ଦରରେ ସାର କିଣୁଥିବା ବେଳେ ଏହି ନିୟମ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଇଚି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଚଳିତ ବର୍ଷ ମକ। ବିହନ ବିକ୍ରି ବହୁ ମାତ୍ର।ରେ କମିଯାଇଛି। ମିଳିଥିବା ନିର୍ଭର ଯୋଗ୍ୟ ସୂତ୍ର ଅନୁସାରେ ଉମରକୋଟ ଓ ରାଇଘର ଅଞ୍ଚଳରେ ଚଳିତ ବର୍ଷ ପ୍ରାୟ ୩ କୋଟି ଚାରା ଲାଗି ସାରିଲାଣି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ରୁ ୨୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଦୀର୍ଘ ଦିନ ଧରି ସ୍ଥାନୀୟ ପରିବେଶବିତ୍ ମାନେ ନୀଳଗିରି ଗଛ ବିକ୍ରି କୁ ନିଷେଧ କରିବା ପାଇଁ ଦାବି କରି ଆସୁଥିଲେ ହେଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ବର୍ତ୍ତମାନ ଉମରକୋଟ ଓ ରାଇଘର ଅଞ୍ଚଳରେ ଯୁଆଡେ ଦେଖିବ ସିଆଡେ ନୀଳଗିରି ଚାଷ ହେଉଛି। ଯଦି ବର୍ତ୍ତମାନ ସମୟ ଅଛି ନୀଳଗିରି ଚାଷ କୁ ନିଷେଧ ନ କରାଯାଏ ତେବେ ଭବିଷ୍ୟତରେ ଉମରକୋଟ ଓ ରାଇଘର ଅଞ୍ଚଳରେ ଏକ ବିରାଟ ଜଳ ସଙ୍କଟ ଦେଖାଯିବ ବୋଲି ପରିବେଶବିତ୍ ମାନେ ଚେତାବନୀ ଦେଇଛନ୍ତି।

You may have missed