September 20, 2026

ମାଟି ମାଫିଆ ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଚାଷୀ

IMG-20260309-WA0097
Share

     1- ମାଟି ମାଫିଆ ଙ୍କ ଦବଙ୍ଗ ଗିରି କୁ ସହି ପାରୁନାହାନ୍ତି ଚାଷୀ, 2,- ମାଟି ମାଫିଆ ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଚାଷୀ, 3, ମିରିଗିଡ଼ିଆ କନ୍ଧା ରୁ ରାତି ଦିନ ଜେସିବି ଓ ହାଇୱା ସାହାଯ୍ୟରେ ସହ ସହ ମାଟି ଚୋରି କରି ବିକ୍ରି କରୁଛନ୍ତି ମାଟି ମାଫିଆ , 4, ମିରିଗିଦଡିଆ ରେ ଥିବା ବିଭିନ୍ନ ପଞ୍ଚାୟତ ଚାଷୀଙ୍କ ଜମିରୁ ମାଟି ମାଫିଆ ମାନେ ଉଠାଉଛନ୍ତି ମାଟି , 5- ପ୍ରତିବାଦ କଲେ ରାଜନୈତିକ ଓ ଆର୍ଥିକ ଶକ୍ତି ଦେଖାଉଛନ୍ତି ମାଟି ମାଫିଆ, 6, ପ୍ରଶାସନକୁ ମାନୁନି ମାଟି ମାଫିଆ, କାହା ବାହୁ ବଳରେ ବଳୀୟାନ ମାଟି ମାଫିଆ, କେବେ ହାଇୱା ଓ ଜେସିବି କୁ ଧରିବା ସହ ଗିରଫ ହେବ ମାଟି ମାଫିଆ, ଏଭଳୀ ଅଭିଯୋଗ ଆଣିଛନ୍ତି ଚାଷୀ । ବିଗତ 15 ଦିନ ହେବ ଇଡକୋ କରିଥିବା ଜମି ଅଧିଗ୍ରହଣ, ଓ si ରିପୋର୍ଟ୍ ହୋଇଥିବ ମିରିଗିଡିଆ କାନ୍ଧ ରୁ ବେଆଇନ୍ ଭାବେ ସହ ସହ ଟ୍ରିପ ମାଟି ଚୋରି କରି ବିକୁଛନ୍ତି । ଯେଉ ଜମି ଯାଇଛି ସେଠୁ ଉଠାଉଛନ୍ତି ମାଟି, ଯେଉଁ ଜମି ଅଛି ଆମେ ଚାଷ କରୁଛୁ ସେଠୁ ବି ଉଠାଉଛନ୍ତି ମାଟି ଯାହାକି ସକାଳେ ଜମିକୁ ଦେଖିଲେ ଜମିଟା ଗାଡ଼ିଆ ହୋଇଯାଇଅଛି। ସେମାନେ ବହୁତ ଶକ୍ତି ଶାଳୀ ଅଛନ୍ତି , ମନ୍ତ୍ରୀଙ୍କ ନାଁ ନେବା ସହ ମାରଣାଅସ୍ତ୍ର ବେବହାର କରୁଛନ୍ତି । ଦୁଇ ଥର ଚାଷୀ କମିଟି ଓ ସେମାନଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହେଲାଣି ଯଦି ଆଗମୀ ଦିନରେ ଅପ୍ରିତିକ ଘଟଣା ସୃଷ୍ଟି ହୁଏ ସେଥିପାଇଁ ପ୍ରଶାସନ ଦାୟୀ ରହିବ । ସେଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର, ମାନ୍ୟବର ରାଜସ୍ୱ ମନ୍ତ୍ରୀ ଓଡ଼ିଶା ସରକାର, ମାନ୍ୟବର ଶିଳ୍ପ ମନ୍ତ୍ରୀ ଓଡ଼ିଶା ସରକାର, ମାନ୍ୟବର ଶିଳ୍ପ ସଚିବ ଓଡ଼ିଶା ସରକାର, ମାନ୍ୟବର ସାଂସଦ ଜଗତସିଂହପୁର , ମୁଖ୍ୟ ଶାସନ ସଚିବ ଓଡ଼ିଶା, ନିର୍ଦ୍ଦେଶକ ଇଡକୋ ଭୁବନେଶ୍ୱର,ଜିଲ୍ଲାପାଳ ଜଗତସିଂହପୁର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗତସିଂହପୁର, ଙ୍କୁ ଜଣାଇବା ସହିତ ଆଜି କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେର ଙ୍କୁ ଭେଟି ଅଭିଯୋଗ ଦେବା ସଙ୍ଗେ ସଙ୍ଗେ ବେଆଇନ୍ ମାଟି ମାଫିଆ ଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଚାଷୀ ଇଂଜିନିୟର ବିକ୍ରମ କେଶରୀ ରାଉତରାୟ। ଖାଲି ଦେଖିବାକୁ ବାକି ରହିଲା କେବେ ମାଟି ମାଫିଆ ଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବେ ପ୍ରଶାସନ (ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )